ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟକା, ରାମନବମୀରେ ହୋଇଥିବା ହିଂସା ମାମଲାରେ NIA ଯାଞ୍ଚ ଉପରେ ରୋକ୍‌ ଲଗାଇବାକୁ...

Published By : Prameya-News7 Bureau | July 24, 2023 IST

ନୂଆଦିଲ୍ଲୀ, ୨୪/୦୭: ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟକା। ଚଳିତ ବର୍ଷ ରାମନବମୀ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସା ମାମଲାରେ ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ସୁପ୍ରିମକୋର୍ଟ, ହିଂସା ମାମଲାକୁ ଏନଆଇଏକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି।

କଲିକତା ହାଇକୋର୍ଟଙ୍କ ଏହି ଆଦେଶକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ହେଲେ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଯାଚିକା ଉପରେ ବିଚାର କରିବାକୁ ମନା କରିଛନ୍ତି। ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଜେବି ପାରଦୀଓ୍ବାଲା ଏବଂ ମନୋଜ ମିଶ୍ରା ଏହା ଉପରେ ଶୁଣାଣି କରିବାକୁ ମନା କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ୨୦୨୩ : ପଶ୍ଚିମବଙ୍ଗରୁ ପ୍ରଥମ ଥର ନିର୍ବାଚିତ ହେବେ ବିଜେପି ପ୍ରାର୍ଥୀ, ଟିଏମ୍‌ସି ଖାତାକୁ ୬ ଆସନ

ପ୍ରକୃତରେ ପଶ୍ଚିମବଙ୍ଗ ସରକାର ଏନଆଇଏକୁ ଯାଞ୍ଚ ହସ୍ତାନ୍ତର ପାଇଁ ହାଇକୋର୍ଟଙ୍କ ଆଦେଶକୁ ଆଲୋଚନା କରି କହିଥିଲେ ଯେ, ହିଂସାରେ କୌଣସି ବିସ୍ଫୋଟକର ବ୍ୟବହାର ହୋଇନଥିଲା। ଆଉ ଏହ ଯାଞ୍ଚ ନିର୍ଦ୍ଦେଶ ରାଜନୀତିକ ଆକ୍ରୋଶ ଭାବରେ ପାରିତ କରାଯାଇଥିଲା। ରାଜ୍ୟ ବିଧାନସଭା ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀଙ୍କ ତରଫରୁ ଯାଚିକା କରାଯାଇଥିଲା।

ସୂଚନାଯୋଗ୍ୟ, ଏପ୍ରିଲ ୨୭ରେ ହାଇକୋର୍ଟ, ରାମନବମୀ ସମାରୋହ ସମୟରେ ଏବଂ ପରେ ହାଓ୍ବଡ଼ାର ଶିବପୁର ଏବଂ ହୁଗୁଳୀ ଜିଲ୍ଲାର ରିଶରାରେ ହିଂସା ଘଟଣାକୁ ଏନଆଇ ଦ୍ବାରା ଯାଞ୍ଚ ଆଦେଶ ଦେଇଥିଲେ। ଏହି ଆଦେଶ ଶୁଭେନ୍ଦୁ ଅଧିକାରୀ ଜନହିତ ଯାଚିକା ଏବଂ ଅନ୍ୟ ତିନି ଯାଚିକା ଉପରେ ପାରିତ କରାଯାଇଥିଲା। ଯେଉଁଥିରେ ଏହି ଦୁଇ ସ୍ଥାନରେ ହିଂସାର ଏନଆଇଏ ଯାଞ୍ଚର ଦାବି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.