ଦିଲ୍ଲୀ-NCRରେ ସ୍କୁଲ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ, ଏବେ କେବଳ ଅନଲାଇନ କ୍ଲାସ୍

Published By : Prameya-News7 Bureau | November 18, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ଜଟିଳ ହେବାକୁ ଲାଗିଛି। ବଢୁଥିବା ପ୍ରଦୂଷଣ ସମସ୍ୟାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଆପଣେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସ୍କୁଲ-କଲେଜ୍ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି। ଅଦାଲତ ଏହା ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଦଶମ ଓ ଦ୍ଵାଦଶ ଶ୍ରେଣୀର ପାଠପଢା ଅନଲାଇନ ମାଧ୍ୟମରେ କରିବାକୁ ଆଦେଶ ଦେଇଛନ୍ତି। ଏହି ଦୁଇ ଶ୍ରେଣୀକୁ ବାଦ୍ ଦେଲେ ରାଜଧାନୀରେ ପୂର୍ବରୁ ହିଁ ସ୍କୁଲ ବନ୍ଦ ହୋଇ ସାରିଛି। 

ସୁପ୍ରିମକୋର୍ଟ ପ୍ରଦୂଷଣର ବିପଦଜ୍ଜନକ ସ୍ଥିତିକୁ ରୋକିବା ପାଇଁ କଠୋର ଉପାୟ ଲାଗୁ କରିବାରେ ବିଳମ୍ବ କାରଣରୁ ଏକ କମିଟି ଗଠନ କରିବାକୁ କହିଛନ୍ତି। ଏହି କମିଟି ଗ୍ରାପ-୪ର ପ୍ରତିବନ୍ଧକକୁ ଲାଗୁ କରିବେ, ଯାହା ଏକ୍ୟୁଆଇ ୪୫୦ ତଳକୁ ଖସିଲେ ବି ଜାରି ରହିବ। ବିଚାରପତି ଅଭୟ ଏସ ଓକା ଓ ବିଚାରପତି ଅଗଷ୍ଟିନ ଜର୍ଜ ମସୀହଙ୍କ ପୀଠ କହିଛନ୍ତି, ନାଗରିକଙ୍କୁ ପ୍ରଦୂଷଣମୁକ୍ତ ବାତାବରଣ ପ୍ରଦାନ କରିବା ସମସ୍ତ ରାଜ୍ୟ ସରକାରଙ୍କ ଏହା ସାମ୍ବିଧାନିକ କର୍ତ୍ତବ୍ୟ। ପ୍ରଦୂଷଣ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏକ୍ୟୁଆଇ ସ୍ତର ୪୫୦ ତଳକୁ ଖସିଲେ ବି ଗ୍ରାପ-୪ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଆରମ୍ଭରୁ ପୀଠ ପର୍ଯ୍ୟାୟ କ୍ରମେ ଗ୍ରାପ ଲାଗୁ କରିବାରେ ବିଳମ୍ବ ନେଇ ଦିଲ୍ଲୀ ସରକାରଙ୍କ ତାଗିଦ୍ କରିବା ସହ ପ୍ରଶ୍ନ କରିଥିଲେ।  ଏହା ଉପରେ ଦିଲ୍ଲୀ ସରକାର ଓକିଲ ଜଣାଇଛନ୍ତି ଯେ ଗ୍ରାପ ୪ର ଚତୁର୍ଥ ପର୍ଯ୍ୟାୟ ସୋମବାର ଲାଗୁ କରାଯାଇଛି।ରାଜଧାନୀରେ ଭାରି ଯାନର ପ୍ରବେଶ ଉପରେ କଟକଣା ଲଗାଯାଇଛି।

ଦିଲ୍ଲୀ ଏନସିଆର ପ୍ରଦୂଷଣ  ସ୍ଥିତି ଏତେ  ଶୋଚନୀୟ   ହୋଇ ପଡ଼ିଛି ଯେ, ଅନେକ ଅଞ୍ଚଳରେ ଏକ୍ୟୁଆଇ ସ୍ତର ୧୦୦୦ ଅତିକ୍ରମର କରି ସାରିଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଗ୍ରାପ-୪ ଲାଗୁ କରିବାକୁ ଆଦେଶ ଦିଆଯାଇଥିଲା। ଏବେ ଦଶମ ଓ ଦ୍ଵାଦଶ ଶ୍ରେଣୀର ପାଠପଢା ଅନଲାଇନରେ କରିବାକୁ ଆଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ। ତେବେ ସୋମବାର ଏହି ଗ୍ରାପ-୪ର କାର୍ଯ୍ୟନ୍ଵୟନ ସଂପର୍କିତ ମିଟିଂ ରଦ୍ଦ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.