ବିହାରରେ ମର୍ମନ୍ତୁଦ କାର୍ ଦୁର୍ଘଟଣା, କେନାଲକୁ ସ୍କୋର୍ପିଓ ଖସି ୫ ମୃତ

Published By : Prameya-News7 Bureau | August 25, 2023 IST

ପାଟନା: ବିହାରରେ ମର୍ମନ୍ତୁଦ କାର୍ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ସ୍କୋର୍ପିୟ । ୫ ଜଣଙ୍କ ମୃତ୍ୟୁ । ଗୁରୁବାର ରାତିରେ ବିହାରର ସାରଣ ଜିଲ୍ଲାରେ ଏକ କାର୍ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ହିଁ  ସୁରକ୍ଷିତ ଅଛନ୍ତି । ମୃତକ ରାମଚନ୍ଦ୍ର ସାହଙ୍କ ପୁଅ ନନ୍ଦ କିଶୋର ସାହଙ୍କ କହିବା ଅନୁସାରେ ଗୋପାଲଗଞ୍ଜର ବୈଠକପୁରରେ ଏକ ଶ୍ରାଦ୍ଧ କର୍ମ ଥିଲା । ରାତିରେ ସମସ୍ତେ ଏକ ସ୍କର୍ପିଓରେ ପଦ୍ମପୁର ଫେରୁଥିଲେ । ତେବେ କର୍ଣ୍ଣ କୁଦରିୟା ନିକଟରେ ରାମଜାନକି ଠାରେ ଅଚାନକ ଗାଡ଼ି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିଲା ।

{"id":835738,"sizeSlug":"full","linkDestination":"none"}

ଗାଡ଼ିରେ ଯାତ୍ରା କରୁଥିବା ସମସ୍ତ ୬ଜଣ କେନାଲରେ ପଡ଼ି ଯାଇଥିଲେ । ସେଥିରୁ ୫ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ବେଳେ ଜଣେ ମାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ । ବର୍ତ୍ତି ଯାଇଥିବା ଯାତ୍ରୀ ଜଣଙ୍କ ନିକଟସ୍ଥ ଗାଁକୁ ଯାଇ ଏହି ଅଘଟଣ ବିଷୟରେ ଜଣାଇଥିଲେ । ପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରଥମେ କେନାଲରୁ ସମସ୍ତଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଦୁର୍ଘଟଣାକୁ ନେଇ ଯାଞ୍ଚ ଚାଲିଥିବା ସାରଣ ପୋଲିସ ଏସପି ଡା. ଗୌରବ ମଙ୍ଗଲା କହିଛନ୍ତି ।

Also read: ସାହରଣପୁର ଦୁର୍ଘଟଣା; ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.