ବାତ୍ୟା ‘ଦାନା’ ପ୍ରକୋପରେ ଅଶାନ୍ତ ହେବ ସମୂଦ୍ର, ୩ କି.ମି ମାଡିଆସିବ ସମୂଦ୍ର

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର ୨୪/୧୦: ୩ କିଲୋମିଟର ଦୂର ଯାଏଁ ମାଡ଼ି ଆସିପାରେ ସମୁଦ୍ର ଜୁଆର । ବାତ୍ୟା ‘ଦାନା’ ପ୍ରକୋପରେ ସମୁଦ୍ର ଅଶାନ୍ତ ହୋଇ ଉଠିବ । ଏହା ସ୍ଥଳଭାଗ ଆଡ଼କୁ ମାଡ଼ିବାବେଳେ ଉଠିବ ଉଚ୍ଚ ଜୁଆର । ୨ ମିଟର ପାଖାପାଖି ଉଠିପାରେ ସମୁଦ୍ର ଜୁଆର । 

ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସନ୍‌ ଇନଫରମେସନ ପୂର୍ବାନୁମାନ ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ସୁରଭିଠାରେ ସମୁଦ୍ରରେ ୦.୨ ମିଟରରୁ ୧ ମିଟର ଉଚ୍ଚତା ଜୁଆର ଉଠିପାରେ । 

ଗହିରମଥାକୁ ଲାଗି କରିଥିବା ସୁରଭିରେ ୩.୦୧ କିମି ଦୂରତା ଯାଏଁ ସମୁଦ୍ର ଜୁଆର ମାଡ଼ି ଆସିପାରେ । ଏହା ଜନବସତି ଅଞ୍ଚଳ ହୋଇନଥିବାରୁ ବିଶେଷ କ୍ଷୟକ୍ଷତି ନ ହୋଇପାରେ । ଭଦ୍ରକରେ ବାସୁଦେବପୁର ନିକଟସ୍ଥ ସମୁଦ୍ର ତଟବର୍ତ୍ତୀ ମୋହନପୁରରେ ସମୁଦ୍ରରେ 

୦.୮ ମିଟରରୁ ୧.୯ ମିଟର ଉଚ୍ଚ ଜୁଆର ଉଠିବା ସମ୍ଭାବନା ଅଛି । 

୧.୨୪ କିମି ଦୂରତା ଯାଏଁ ଏହି ଲୁଣି ପାଣି ମାଡ଼ି ଯାଇପାରେ । ବାଲେଶ୍ୱର ଡଗରା ବେଳାଭୂମି ପାଖ କୁମ୍ଭୀରଗଡ଼ିରେ ୦.୪ ମିଟରରୁ ୧.୯ ମିଟର ଉଚ୍ଚର ଲୁଣା ପାଣି ଉଠିବା ସହ ମାଡ଼ି ଯାଇପାରେ ୧.୦୮ କିମି ଦୂରତା ପର୍ଯ୍ୟନ୍ତ । 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.