ବାତ୍ୟା ପ୍ରଭାବରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା, ଭୁବନେଶ୍ଵରରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର ୨୪/୧୦: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’ । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏବେ ବାତ୍ୟା ‘ଦାନା’ ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି । 

ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ତେବେ ବାତ୍ୟା ପ୍ରଭାବରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ପାରାଦ୍ଵୀପରେ ୫୧ ମିଲିମିଟର, ଚାନ୍ଦବାଲି ୩୯ ମିଲିମିଟର, ପୁରୀ ୪.୮ ମିଲିମିଟର, ଭୁବନେଶ୍ଵରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ଜଗତସିହପୁରରେ ୫ ରୁ ୧ ମିଟର ଜୁଆର ପୁରୀ ଓ ବାଲେଶ୍ୱରରେ ୧ ରୁ ୨ ମିଟର ଜୁଆର ଉଠିବ । ପାରାଦୀପରେ ୫୧ ମିମି, ଚାନ୍ଦବାଲି-୩୯ ମିମି, ପୁରୀ-୪.୮ ମିମି ବର୍ଷା ରେକର୍ଡ ହୋଇଛି । ଜଗତସିଂହପୁରରେ ସ୍ୱାଭାବିକ ଠାରୁ ୧ ମିଟର ଅଧିକ ବର୍ଷା ହୋଇଛି । ତେବେ ପୁରୀ, ବାଲେଶ୍ୱରରେ-ସ୍ୱାଭାବିକ ଠାରୁ ୨ ମିଟର ଆସିବ ଜୁଆର । 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.