ପୂର୍ବ ଶତ୍ରୁତାରୁ ବାଙ୍କିରେ ଫୁଟିଲା ବୋମା,୨ ଗିରଫ,୪ ଫେରାର

Published By : Prameya-News7 Bureau | October 24, 2024 IST

ବାଙ୍କୀ ୨୪/ ୧୦: ପୂର୍ବ ଶତ୍ରୁତାରୁ ବୋମା ମାଡ । ଥରିଲା ବାଙ୍କୀ । ୨ ଗିରଫ, ୪ଫେରାର । ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗାଁର କୈବର୍ତ୍ତ ସାହିର ସୁକାନ୍ତ ସୂତାରଙ୍କ ଘରକୁ ଦୁର୍ବୃତ୍ତଙ୍କ ବୋମାମାଡ । ୧୬ ତାରିଖରେ ଦେବୀ ଦ୍ବାରା ନିକଟରେ ବ୍ରାହ୍ମଣୀ ଗାଁ ଓ ଗୟଳବାଙ୍କ ଅଞ୍ଚଳର କିଛି ଯୁବକ ନିଶା ଖାଇ ଉତ୍ପାତ ମଚାଇଥିଲେ । ଯାହାକୁ ବିରୋଧ କରିବା ସହ ପୋଲିସ ଜିମା ଦେଇଥିଲେ ଗୟଳବାଙ୍କ ଗାଁ ଲୋକ । ପରେ ସର୍ତ୍ତମୂଳକ ଜାମିନ ଦେଇଥିଲା ପୋଲିସ । 

ଥାନାରୁ ଛାଡ ପାଇବା ପରେ ବି ରାଗରେ ଜଳୁଥିଲେ ଦୁର୍ବୃତ୍ତ ।  ୨୨ ତାରିଖ ଦିନ ବାଆଁରାର କୃପାଳୁଜୀ ଆଶ୍ରମରୁ ଫେରିବା ବାଟରେ ସରପଞ୍ଚ ସୁଶାନ୍ତ ସୁତାରଙ୍କ ଭାଇ ସୁକାନ୍ତ ସୁତାରକୁ ପଛ ପଟୁ ଆସି ଦୁର୍ବୁତ୍ତ ମାନେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏଥିରେ ସୁକାନ୍ତଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ମେଡିକାଲ ଚିକିତ୍ସା ପରେ ସୁକାନ୍ତ ନିଜ ଘର ଗୟଳବାଙ୍କରେ ଥିବା ବେଳେ ପୁଣି ୨୩ ତାରିଖ ବିଳମ୍ବିତ ରାତିରେ ତାଙ୍କ ଘରକୁ ୨ ଗୋଟି ବୋମା ମାଡ଼ କରିଛନ୍ତି ଦୁର୍ବୁତ୍ତ। 

ବୋମା ମାଡ ଘଟଣାରେ ପୋଲିସ ଗୟଳବାଙ୍କ ଗାଁର ଫକୀର ସୂତାର ଓ ବଟକୃଷ୍ଣ ଦାସଙ୍କୁ ଗିରଫ କରିଛି ପୋଲିସ । ଏବେବି ଫେରାର ୪ ଜଣଙ୍କୁ ଖୋଜୁଛି ପୋଲିସ । ସେପଟେ ନିଜର ଓ ପରିବାରର ସୁରକ୍ଷା ସହିତ ତୁରନ୍ତ ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ସୁକାନ୍ତ । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.