ବାତ୍ୟା 'ଦାନା' ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଆମ ଫୋକସରେ ଫାୟାର ରିଷ୍ଟୋରେସନ

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର ୨୪/୧୦: ବାତ୍ୟା 'ଦାନା' ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବସିଥିଲା ସମୀକ୍ଷା ବୈଠକ । ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । 

ରେସକ୍ୟୁ ରିଲିଫ ଓ ରିଷ୍ଟୋରେସେନ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ପ୍ରସ୍ତୁତିରେ କୌଣସି ପ୍ରକାରର କମି ରହିବ ନାହିଁ । ଓଡ଼ିଶା ମୁଁହା ହୋଇଥିବା ବାତ୍ୟା ଦାନା ଲ୍ୟାଣ୍ଡ ଫଲ ପାଇଁ କିଛି ସମୟ ବାକି ଅଛି । ସଂମ୍ପୃକ୍ତ ଜିଲ୍ଲାରେ ଥିବା ଜିଲ୍ଲପାଳ ଓ ବରିଷ୍ଠ IASଙ୍କୁ ଜିଲ୍ଲାକୁ ପଠାଯାଇଛି । ଆଜି vc ମାଧ୍ୟମରେ କଥା ହୋଇ ସନ୍ତୋଷ ଜନକ ରିପୋର୍ଟ ଆସିଛି । ୧୧ ଜିଲ୍ଲା କ୍ଷତି ହେବ ଉକ୍ତ ଜିଲ୍ଲାର ୩୮ ବ୍ଲକର ୧୬୫୩ ପଞ୍ଚାୟତ ଓ ୯ ପୌରାଞ୍ଚଳ ରେ ୩ ଲକ୍ଷ ୬୨ ହଜାର କୋକଙ୍କୁ ସ୍ଥାନାନ୍ତର କରାଯିବ । 

ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ଗାଈ ଗୋରୁଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି । ସ୍ଥାନାନ୍ତରିତ କରିବା ବଡ଼ କାର୍ଯ୍ୟ ଥିଲା । ବାତ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତିର ଆଉ କିଛି ସମୟ ମଧ୍ୟରେ ସରିବ । ୭୨୮୫ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି । ୮୪୨ଟି ବହୁ ମୁଖି, ୬୦୪୩ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି । ୨ ହଜାର ୩୩୮ ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତିର ହୋଇଛି । ବାତ୍ୟା ମୁକାବିଲା ପାଇଁ NDRF ୧୯,ଓଡ୍ରାଫ ୫୧,ଅଗ୍ନିଶମ ୨୨୦ ଓ ୧୫୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । 

ଗାଁରେ ପୋଲିସ ପେଟ୍ରୋଲିଙ୍ଗ ହେଉଛି । ଶୌଚାଳୟ ପରିଷ୍କାର ପାଇଁ ବ୍ୟବସ୍ଥା ହୋଇଛି । ହସ୍ପିଟାଲ ରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି । ବାତ୍ୟା ଲ୍ୟାଣ୍ଡ ଫଲ ପରେ ବିଦ୍ୟୁତ ସଂଯୋଗ ପାଇଁ ଟିମ ପ୍ରସ୍ତୁତ ଅଛି । ୧୧ଟି ଜିଲ୍ଲାକୁ ସଚିବ ସ୍ତରୀୟ IAS ମାନେ ପ୍ରଭାବିତ ଜିଲ୍ଲାର ଗାଁ କୁ ଯାଇ ତଦାରଖ କରୁଛନ୍ତି । କେନ୍ଦ୍ରର ଆବଶ୍ୟକ ଓ ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ପ୍ରସ୍ତୁତ ଅଛି । କେନ୍ଦ୍ର କ୍ୟାବିନେଟ ବସିଥିଲା ପ୍ରଧାନମନ୍ତ୍ରୀ ବାତ୍ୟା ଦନାକୁ ନେଇ ଆଲୋଚନା କରିଛନ୍ତି । 

ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯାହା ଆବଶ୍ୟକ ତୁରନ୍ତ ଯୋଗାଇଦେବେ । କେନ୍ଦ୍ର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି  ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ଅଛନ୍ତି ମାଗିବା ଆଗରୁ ସହଯୋଗ ଦେଇଛନ୍ତି ଅଶ୍ୱିନୀ ବୈଷବ ମଧ୍ୟ ଆଜି ମୋ ସହଆଲୋଚନା କରିଛନ୍ତି ଇଣ୍ଡିଆରଫ ଆବଶକକତା ଠୁ ଅଧିକ ଦେଇଛନ୍ତି -ମୁଖ୍ୟମନ୍ତ୍ରୀ




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.