ବାତ୍ୟା ଆଶ୍ରୟସ୍ଥଳୀରେ ପର୍ଯ୍ୟାପ୍ତ ଶୌଚାଳୟ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ, କଳାବଜାରୀ ପ୍ରତି ରୁହନ୍ତୁ ସଜାଗ

Published By : Prameya-News7 Bureau | October 24, 2024 IST

କଟକ ୨୪।୧୦: ମାଡ଼ିଆସୁଛି ବାତ୍ୟା ‘ଦାନା’ । ସରକାରଠୁ ପ୍ରଶାସନ ସମସ୍ତେ ସଜାଗ ଓ ପ୍ରସ୍ତୁତ । ବାତ୍ୟା ଦାନା ମୁକାବିଲାର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ପର୍ଯ୍ୟାପ୍ତ ଶୌଚାଳୟ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନ ମନ୍ତ୍ରୀ । ବାତ୍ୟା କାରଣରୁ ଯେପରି କଳା ବଜାରୀ ନହେବ, ସେଥିପାଇଁ ଯୋଗାଣ ବିଭାଗକୁ ସଜାଗ ରହିବା ଲାଗି ସମୀକ୍ଷା ବୈଠକରେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କଳାବଜାରୀ ମାନଙ୍କୁ ମଧ୍ୟ ପରୋକ୍ଷରେ ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ କଲେ କିମ୍ବା କଳା ବଜାରୀ କଲେ ସମ୍ପୃକ୍ତ ବ୍ୟବସାୟୀ ମାନଙ୍କୁ ଗିରଫ କରାଯିବ । ତେବେ ଲଗାଣ ବର୍ଷା ପାଇଁ ସିଏମସି ପ୍ରଶାସନ ଯେଉଁ ପ୍ରସ୍ତୁତି କରିଛି, ତାହା ସନ୍ତୋଷଜନକ । ବାତ୍ୟା ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

You Can Read:

ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ଗ୍ରାଉଣ୍ଡ ଜିରୋରେ ମନ୍ତ୍ରୀ ମାନେ କରୁଛନ୍ତି ନିରୀକ୍ଷଣ : ସୁରେଶ ପୂଜାରୀ

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.