ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର,କଲଭର୍ଟରେ ବାଲିବସ୍ତା ପକାଇଲା ପ୍ରଶାସନ

Published By : Prameya-News7 Bureau | October 24, 2024 IST

ବାସୁଦେବପୁର ୨୪/ ୧୦: ଭୟଙ୍କର ରୂପ ନେଇ ମାଡିଆସୁଛି ବାତ୍ୟା । ଭୟଭୀତ ବାସୁଦେବପୁର ବାସୀ । ବିଶେଷକରି ସମୁଦ୍ରକୂଳରେ ଥିବା କାଶିଆ ଜେଠି ମୁହାଁଣର ଲୋକଙ୍କ ମନରେ ଛନକା ପଶିଛି । ପ୍ରାୟ ୧୨ଟି ପଞ୍ଚାୟତର ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ତେବେ ଚିନ୍ତା ବଢାଇଛି ଜେଠି ମୁହାଁଣରେ ଦୀର୍ଘ ବର୍ଷ ଧରି ନିର୍ମାଣ ହୋଇଥିବା କଲଭର୍ଟର ଜରାଜୀର୍ଣ୍ଣ ଅବସ୍ଥା । ଲୁଣାପାଣି ପଶିବା ଆରମ୍ଭ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିବସ୍ତା ପକାଇଛି ପ୍ରଶାସନ । 

 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.