ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ଲୋକସେବା ଭବନରେ ହାଇଲେଭେଲ ମିଟିଂ

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର ୨୪/୧୦: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ରେସକ୍ୟୁ ରିଲିଫ ଓ ରିଷ୍ଟୋରେସେନ ନେଇ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । 

ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାରେ ଲାଗିଛି । ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି। ଗଙ୍ଗାସାଗର ଅଞ୍ଚଳରେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୃଦ୍ଧ ବୃଦ୍ଧା ଏବଂ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗରେ ଅନେକ ଟ୍ରେନ୍ ବାତିଲ କରାଯାଇଛି। 

ଆଜି ରାତି ୮ଟାରୁ କାଲି ପର୍ଯ୍ୟନ୍ତ ଅନେକ ଦୂରଗାମୀ ଟ୍ରେନ୍ ଏବଂ ଲୋକାଲ ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି। ସେହିଭଳି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ହେଲପଡେସ୍କ ଖୋଲାଯାଇଛି । ପୁରୀ ପାଇଁ 89261_00356,ଖୋର୍ଦ୍ଧାରୋଡ ଲାଗି 8926_100215, ଭୁବନେଶ୍ବର 81143_82371, କଟକ- 81143_82359,ପାରାଦୀପ-81143_88302, ଯାଜପୁର କେନ୍ଦୁଝରରୋଡ- 8114382342, ଭଦ୍ରକ ପାଇଁ 8114382301 ନମ୍ବର ଜାରି ହୋଇଛି ।




  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.