କେମିତି ମିଳିବ ସତର୍କ ସୂଚନା, କାମ କରୁନି EARLY WARNING SYSTEM

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର ୨୪/୧୦: ବାତ୍ୟା ପୂର୍ବରୁ ଆମେ କେମିତି ପାଇବୁ ଆଗୁଆ ସତର୍କତା ସୂଚନା । ସମ୍ୱଦ୍ର କୁଳିଆଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ସୂଚନା ଦେବାକୁ ବାତ୍ୟା ଆଶ୍ରୟ ସ୍ଥଳରେ ଲଗାଇଥିବା ଆଗୁଆ ସତର୍କ ସୂଚନ ବ୍ୟବସ୍ଥା EWS ବା EARLY WARNING SYSTEMN କାମ କରୁନି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 


ବାତ୍ୟା ପୂର୍ବରୁ ଆମେ କେମିତି ଆମେ ଆଗୁଆ ସତର୍କତା ସୂଚନା ପାଇବୁ ବୋଲି ଅଭିଯୋଗ କରିଛନ୍ତି । ସମୁଦ୍ର କୁଳିଆ ଲୋକଙ୍କୁ ଘାରିଛି ବାତ୍ୟା ଦାନାର ଭୟ। କେନ୍ଦ୍ରାପଡା ଜିଲ୍ଳା ରାଜନଗର ନିକଟ ବଙ୍ଗୋପସାଗର କୂଳରେ ଥିବା ପେଣ୍ଠ ଗାଁରେ ବାତ୍ୟା ଆଶ୍ରୟ ସ୍ଥଳରେ ସ୍ଥିତି ପରଖିଥିଲା ଗଣମାଧ୍ୟମ । ବଢିଛି ବର୍ଷାର ପରିମାଣ ସହ ସମୁଦ୍ର ରେ ଉଚ୍ଚ ଜୁଆର ଦେଖି ଛାନିଆ ଲୋକେ । ବାତ୍ୟା ଆଶ୍ରୟସ୍ଥଳୀରେ ରାତି କାଟୁଛନ୍ତି ଏହି ଗାଁର ଲୋକେ । 

ଅଧିକବର୍ଷା ସହ ସମୁଦ୍ରରେ ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା। ବାତ୍ୟା ଦାନା ଲ୍ୟାଣ୍ଡଫଲ୍ ସମୟରେ ତଳିଆ ଅଞ୍ଚଳରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି । ହେଲେ ସମ୍ୱଦ୍ର କୁଳିଆଙ୍କୁ ପ୍ରାକୃତିକ ବିପର୍ଯ୍ୟସ୍ତର ଆଗୁଆ ସୂଚନା ଦେବାକୁ ବାତ୍ୟା ଆଶ୍ରୟ ସ୍ଥଳରେ ଲଗାଇଥିବା ଆଗୁଆ ସତର୍କ ସୂଚନ ବ୍ୟବସ୍ଥା EWS ବା EARLY WARNING SYSTEMN  କାମ କରୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.