ଗୁରୁବାର ସନ୍ଧ୍ୟା ୫ଟାରୁ ଶୁକ୍ରବାର ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ, ୪୦ ବିମାନ ସେବା ପ୍ରଭାବିତ ହେବ

Published By : Prameya-News7 Bureau | October 24, 2024 IST

ଭୁବନେଶ୍ବର ୨୪।୧୦: ଭୁବନେଶ୍ୱରରେ ପବନ ବେଗ ଘଣ୍ଟାପ୍ରତି ୩୫ରୁ ୪୦ କି.ମି.ରୁ ଅଧିକ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଯାହା ବିମାନ ଉଡିବା ପାଇଁ ସୁରକ୍ଷିତ ନୁହେଁ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି । ବୁଧବାର ରାତିରେ ଏ ନେଇ ଜରୁରୀକାଳୀନ ବୈଠକ ବସିଥିଲା । ତେଣୁ ସବୁ ଅଂଶୀଦାର ନିଷ୍ପତ୍ତି ନେଲୁ ଯେ ଗୁରୁବାର ସନ୍ଧ୍ୟା ୫ଟାରୁ ଶୁକ୍ରବାର ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ ରହିବ । ଶୁକ୍ରବାର ସକାଳେ ପୁଣି ସମୀକ୍ଷା ହେବ । ବିମାନ ଉଡିବା କି ବନ୍ଦ ରହିବା ସେ ନେଇ ନିଷ୍ପତ୍ତି ନିଆଯିବ । ଏଥିରେ ୪୦ ବିମାନ ସେବା ପ୍ରଭାବିତ ହେବ । ଯେଉଁଥିରେ କିଛି ବନ୍ଦ ରହିବ, କିଛି ବିଳମ୍ବ ହେବ । କିଛି ରିସିଡ୍ୟୁଲ ହେବ କି ଟିକେଟ୍ କ୍ୟାନସେଲ୍ ହେବ । ହେଲେ ଯାତ୍ରୀଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ । ଏବେ ଦିଲ୍ଲୀ ହେଡ଼କ୍ୱାର୍ଟର ଓ ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ମନିଟରିଂ କରୁଛନ୍ତି । ସେମାନେ ଆମକୁ ବୈଷୟିକ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପର ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ । ଅନ୍ତର୍ଜାତୀୟ ବିମାନ ଭାବେ କ୍ବାଲାଲମପୁର ବିମାନ ସେବା ବି ବନ୍ଦ ରହିବ । ଯେଉଁମାନେ ଟିକେଟ କରିଛନ୍ତି, ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ଦେବେ କି ରିସ୍ଡ୍ୟୁଲ କରିବେ DGCA ନିୟମରେ କରାଯିବ ।

You Can Read:

ପାରାଦୀପ ଠାରୁ ୨୦୦ କି.ମି. ଦୂରରେ ‘ଦାନା’, ସୃଷ୍ଟି ହୋଇନି ବାତ୍ୟାର ‘ଆଖି’

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.