ଚନ୍ଦକା ମେଣ୍ଢାଶାଳରେ ଚାଞ୍ଚଲ୍ୟ, ଭିଣୋଇ ଭୁଜାଲି ଚୋଟରେ ଗଲା ଶଳା ଜୀବନ,୩ ଆହତ

Published By : Prameya-News7 Bureau | October 24, 2024 IST

BREAKING NEWS

ଚନ୍ଦକା ୨୪/ ୧୦: ରାଜଧାନୀ ଚନ୍ଦକା ସ୍ଥିତ ମେଣ୍ଢାଶାଳ ଅଞ୍ଚଳରେ ଚାଞ୍ଚଲ୍ୟ । ଭିଣୋଇର ଭୁଜାଲି ଚୋଟରେ ଗଲା ଶଳାର ଜୀବନ । ମୃତକ ହେଲେ  ପ୍ରସନ୍ନ ବିଶ୍ବାଳ । ପ୍ରସନ୍ନଙ୍କ ବଡ ପୁଅ,ସାନପୁଅ ଆହତ ହୋଇଛନ୍ତି । ସେହିପରି ଅଭିଯୁକ୍ତ ଭିଣୋଇର ପୁଅ ମଧ୍ୟ ଆହତ ହୋଇଛନ୍ତି । ଆହତ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ବୁଧବାର ରାତିରେ ୪ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା । କେଉଁ କାରଣରୁ ଭିଣୋଇ ଏମିତି ରକ୍ତମୁଖା ହୋଇ ୪ ଜଣଙ୍କୁ ଆକ୍ରମଣ କରିଛି ତାର କାରଣ ଜଣାପଡିନି ।  ଅଭିଯୁକ୍ତକୁ ଅଟକ ରଖି ସାଇଣ୍ଟିକ୍‌ ଟିମ୍‌ ସହାୟତାରେ ଛାନଭିନ ଚଳାଇଛି ଚନ୍ଦକା ଥାନା ପୋଲିସ ।

 

 

 

 

 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.