କେନ୍ଦୁଝର ୫।୧୧: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ । କେନ୍ଦୁଝର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ବରିଷ୍ଠ କିରାଣୀ ଶେଖରଲାଲ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।
ଶେଖରଲାଲଙ୍କ ଉପରେ କିଛି ଦିନ ଧରି ଭିଜିଲାନ୍ସ ବିଭାଗ ନଜର ରଖିଥିଲା । ସୋମବାର ତାଙ୍କୁ ସହରର ଅଜନ୍ତା ହୋଟେଲ ସମ୍ମୁଖରୁ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ତାଙ୍କ ଗାଡିରୁ ଏହି ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଛି । ତେବେ ସେ ଏତେ ଟଙ୍କା କେଉଁଠୁ ଆଣିଲେ, ତାର ସଠିକ୍ ସୂଚନା ଦେଇ ପାରିନଥିଲେ । ତେଣୁ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା । ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।
You Can Read:
ବିଶାଖାପାଟଣା କେକେ ରେଳପଥରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ