ଲାଗାତାର ଦ୍ୱିତୀୟ ଦିନରେ ବୃଦ୍ଧି ସହ ବନ୍ଦ ହେଲା ପୁଞ୍ଜି ବଜାର, ନିବେଶକଙ୍କ ଲାଭ ୧.୧୯ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | August 07, 2023 IST

ନୂଆଦିଲ୍ଲୀ: ଦୁର୍ବଳ ବୈଶ୍ୱିକ ସଂକେତ ମଧ୍ୟରେ ଭାରତୀୟ ସେୟାର ବଜାର ସୋମବାର ଅଗଷ୍ଟ ୭ରେ ଲଗାତାର ଦ୍ୱିତୀୟ ଦିନରେ ବୃଦ୍ଧି ସହ ବନ୍ଦ ହୋଇଛି । ସେନସେକ୍ସ ୨୩୫ ଅଙ୍କ ବଢିଥିବା ବନ୍ଦ ହୋଇଛି । ସେହିପରି ନିଫ୍ଟି ୧୯,୬୦୦ ଅଙ୍କ ନିକଟରେ ପହଞ୍ଚିଛି । ସବୁଠୁ ଅଧିକ ବୃଦ୍ଧି ଆଇଟି, ଟେକ୍ ଏବଂ ଟେଲିକମ୍ ସେୟାରରେ ଦେଖିବାକୁ ମିଳିଛି । ଫଳରେ ଆଜିର କାରବାର ଶେଷରେ ନିବେଶକଙ୍କ ସମ୍ପତ୍ତି ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବଢିଛି । ବ୍ରଡର ମାର୍କେଟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳୁଛି । ବିଏସଇର ମିଡକ୍ୟାପ ଇଣ୍ଡେକ୍ସ ୦.୫୬ ପ୍ରତିଶତ ଏବଂ ସ୍ମଲକ୍ୟାପ୍ ଇଣ୍ଡେକ୍ସ ୦.୨୬ ପ୍ରତଶତ ବଢି ବନ୍ଦ ହୋଇଛି ।

ପଢନ୍ତୁ: ୧୩ ବର୍ଷର ସର୍ବୋଚ୍ଚ ସ୍ତରରେ ଭାରତୀୟ ସେବା କ୍ଷେତ୍ର, ସର୍ଭେରୁ ଆସିଲା ତଥ୍ୟ

କାରବାର ଶେଷରେ, ବମ୍ୱେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୨୩୫.୪୮ ଅର୍ଥାତ୍ ୦.୩୬ ପ୍ରତିଶତ ବଢି ୬୫,୯୫୬.୭୩ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜକର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୮୧.୩୫ ଅଙ୍କ ବା ୦.୪୨ ପ୍ରତିଶତ ବଢି ୧୯,୫୯୮.୩୫ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କାମ୍ପାନିଙ୍କ ମୋଟ ମାର୍କେଟ୍ କ୍ୟାପିଟାଲାଇଜେସନ ଅଗଷ୍ଟ ୭ରେ ବଢି ୩୦୫.୩୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାର ଦିନ ଅଗଷ୍ଟ ୪ରେ ୩୦୪.୧୬ ଲକ୍ଷ କୋଟି ଟଙ୍କା ରହିଥିଲା । ଏହିପରି ବିଏସଇରେ ଲିଷ୍ଟେଡ୍ କମ୍ପାନିଙ୍କ ମୋଟ୍ ବଜାର ପୁଞ୍ଜି ଆଜି ପ୍ରାୟ ୧.୧୯ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୧.୧୯ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।

Also Read: ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା ୧୦ କୋଟି ଟପିବ, ୨୦୩୦ ସୁଦ୍ଧା ରିୟଲ ଇଷ୍ଟେଟ୍‌ରେ ଅନେକ ସମ୍ଭାବନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.