ଶାର୍ଦ୍ଦୁଲଙ୍କ ସ୍ଥାନରେ ଖେଳନ୍ତୁ ଶାମି: ଷ୍ଟ୍ରାଟେଜି ବଦଳାଇବାକୁ ପରାମର୍ଶ ଦେଲେ ହରଭଜନ

Published By : Prameya-News7 Bureau | September 09, 2023 IST

ନୂଆଦିଲ୍ଲୀ: ଆସନ୍ତାକାଲି ଏସିଆ କପ୍ ସୁପର-୪ ପର୍ଯ୍ୟାୟରେ ପାକିସ୍ତାନକୁ ଟକ୍କର ଦେବ ଭାରତ। କେଉଁ ଷ୍ଟ୍ରାଟେଜିକୁ ନେଇ ପଡ଼ିଆ ଓହ୍ଲାଇବ ଟିମ୍ ଇଣ୍ଡିଆ, ସେନେଇ ଆଲୋଚନା ଚାଲୁଛି। ଇତି ମଧ୍ୟରେ ମହମ୍ମଦ ଶାମିଙ୍କ ଉପରେ ଅଧିକ ଭରସା କରିଛନ୍ତି ପୂର୍ବତନ ଭେଟେରାନ୍ କ୍ରିକେଟର ହରଭଜନ ସିଂହ।

ଏକ ୟୁଟ୍ୟୁବ ଚାନେଲରେ ହରଭଜନ କହିଛନ୍ତି ଯେ ମୋ ମତରେ ମହମ୍ମଦ ସାମି ସିରାଜଙ୍କ ପୂର୍ବରୁ ଖେଳିବା ଉଚିତ। ଜଣେ ଅନୁଭବୀ ଖେଳାଳି ବେଞ୍ଚରେ ବସି ରହିବା ମୋତେ ଠିକ୍ ଲାଗୁନି। ବର୍ତ୍ତମାନ ଯଦି ଆପଣଙ୍କ ପାଖରେ ଶାମି ଓ ସିରାଜ ଅଛନ୍ତି, ତେବେ ଶାର୍ଦ୍ଦୁଲ ଠାକୁରଙ୍କ ଠାରୁ ବ୍ୟାଟିଂ ପ୍ରଦର୍ଶନ ଆଶା ନରଖିବା ଭଲ। କାହିଁକିନା ନମ୍ବର-୧ରୁ ନମ୍ବର-୭ ପର୍ଯ୍ୟନ୍ତ ଥିବା ବ୍ୟାଟସମାନ ସେମାନେ ତାଙ୍କର କାମ କରିବେ।

ସେ ଆହୁରି କହିଛନ୍ତି ଯେ ବ୍ୟାଟସମାନ ସେମାନଙ୍କ କାମ ଠିକସେ କରିବାକୁ ଟିମ୍ ଉତ୍ସାହିତ କରୁ। ଯେପରି ଅଧିକରୁ ଅଧିକ ସ୍କୋର କରିପାରିବେ। ଶାର୍ଦ୍ଦୁଲ ଠାକୁର ଉଭୟ ବ୍ୟାଟିଂ ଓ ବୋଲିଂ କରିପାରିବେ। କିନ୍ତୁ ଆଗକୁ ବିଶ୍ୱକପ୍ ଥିବାବେଳେ ଆମେ ତାଙ୍କ ଉପରେ ସବୁ ଛାଡ଼ିଦେବାନି। ଠାକୁରଙ୍କ ଠାରୁ ସିରାଜ ଜଣେ ଭଲ ବୋଲର। ତାଙ୍କର ପ୍ରୟୋଗ ବୋଲିଂ ଲାଇନ୍କୁ ଆହୁରି ଦୃଢ କରାଇବ, କେବଳ ବ୍ୟାଟ୍ସମ୍ୟାନ ସେମାନଙ୍କ ଦାୟିତ୍ୱ ପ୍ରତି ସଚେତନ ହେବା କଥା।

ଆସନ୍ତାକାଲି କଲମ୍ବୋର ଆର୍ ପ୍ରେମଦାସ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ଭାରତ-ପାକିସ୍ତାନର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିଲା। ଆସନ୍ତାକାଲି ହାଇଭୋଲ୍ଟେଜ୍ ମ୍ୟାଚକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି କ୍ରୀଡାପ୍ରେମୀ। ତେବେ ଯଦି ବର୍ଷା କାରଣ ମ୍ୟାଚ ବାତିଲ ହୁଏ। ଏଥିପାଇଁ ଆଉ ଏକ ରିଜର୍ଭ ଡେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.