ଆଲଫା ସୁଟିଂ ପାଇଁ କାଶ୍ମୀର ଗଲେ ଶର୍ଭରୀ, ଆଲିଆଙ୍କ ସହ କରିବେ ସ୍କ୍ରିନ୍ ସେୟାର

Published By : Prameya-News7 Bureau | August 27, 2024 IST

ମୁମ୍ଵାଇ ୨୭।୦୮: କ୍ୟାରିଅର୍‌ରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ଅଭିନେତ୍ରୀ ଶର୍ଭରୀ ୱାଗ । ଅପ୍‌କମିଙ୍ଗ ଫିଲ୍ମ ‘ଆଲ୍‌ଫା’ର ସୁଟିଂରେ ସେ ଏବେ  ବ୍ୟସ୍ତ । ଫିଲ୍ମର ୨ୟ ସିଡ୍ୟୁଲର ସୁଟିଂ ଏବେ କାଶ୍ମୀରରେ  ଆରମ୍ଭ ହୋଇଛି । ଏଥିପାଇଁ ଶର୍ଭରୀ ଜିମ୍‌ରେ ଘଣ୍ଟା  ଘଣ୍ଟା ଝାଳବୁହା ପରିଶ୍ରମ କରୁଛନ୍ତି । ନିକଟରେ  ସେ ନିଜର କଠିନ କସରତର ଏକ ରୁଟିନ୍‌  ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ ।  

ଏଥିରେ କ୍ୟାପ୍‌ସନ ଲେଖିଥିଲେ ‘ମନର  ଆଲ୍‌ଫା ସ୍ଥିତି’ । ଏହା ଜରିଆରେ ସେ  ଫିଲ୍ମରେ ନିଜ ଭୂମିକାକୁ ନେଇ ପ୍ରସ୍ତୁତି ଓ  ସମର୍ପଣ ଭାବର ଝଲକ୍‌ ଦେଖାଇଥିଲେ ।  କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ  ଫିଲ୍ମ ସୁଟିଂର ଉତ୍ସାହକୁ ସେ ଫ୍ୟାନ୍‌ଙ୍କ ସହ  ଶେୟାର କରିଛନ୍ତି । ସିନେ କ୍ୟାରିଅର  ଆରମ୍ଭରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ  ପ୍ରୋଜେକ୍ଟର ଅଂଶ ହୋଇଥିବାରୁ ସେ  ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ମଣୁଛନ୍ତି ।  ତାଙ୍କର ଉତ୍ସାହ ଏତେ ବଢ଼ିଯାଇଛି  ଯେ ନିରନ୍ତର ନିଜ କଳାରେ ସୁଧାର  କରିବାକୁ ସେ ସବୁ ପ୍ରକାର ପ୍ରୟାସ  କରୁଛନ୍ତି । ତାଙ୍କ ଅଭିନୀତ ଫିଲ୍ମ  ‘ମୁଞ୍ଜ୍ୟା’ ବକ୍ସ ଅଫିସ୍‌ରେ ୧୦୦ କୋଟି  କଲେକ୍ସନ କରିବା ପରେ ଶର୍ଭରୀ  ଖୁବ୍‌ ଲୋକପ୍ରିୟତା ପାଇଥିଲେ । 

‘ମହାରାଜ’ ଓ ‘ବେଦା’ରେ ମଧ୍ୟ ତାଙ୍କ  ଭୂମିକାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି ।  ‘ବେଦା’ ପାଇଁ ସେ ଅନେକ ମାସ ଧରି  ବକ୍ସିଂ ଟ୍ରେନିଂ ନେଇଥିଲେ । ଅନେକ ଶାରୀରିକ ଆହ୍ୱାନର ମଧ୍ୟ ସମ୍ମୁଖୀନ  ହୋଇଥିଲେ । ‘ଆଲ୍‌ଫା’ରେ  ସେ ଆଲିୟା ଭଟ୍ଟଙ୍କ ସହ  ସ୍କ୍ରିନ୍‌ ଶେୟାର କରିବେ ।  ଏଥିରେ ତାଙ୍କର ଦମ୍‌ଦାର  ପ୍ରଦର୍ଶନ ଦେଖିବାକୁ ପାଇବେ  ସିନେପ୍ରେମୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.