ଚାନ୍ଦବାଲି ୧୮।୬: ଭଦ୍ରକ ଜିଲ୍ଲା ଧାମରା ବନ୍ଦରକୁ କୋଇଲା ନେବା ପାଇଁ ଆସିଥିବା ଏକ ଜାହାଜରୁ ଜଣେ କର୍ମଚାରୀ ନିଖୋଜ ହୋଇଛନ୍ତି l ଧାମରା ସାମୁଦ୍ରିକ ଥାନା ଅଧିକାରୀଙ୍କ ସୂଚନା ଅନୁଯାଇ ପଞ୍ଜାବରୁ ଏମ୍.ଭି. ଜଳ ବୈଭବ ନାମକ ଜାହାଜ ଧାମରା ବନ୍ଦରରୁ କୋଇଲା ନେଇ ବାହାର ଦେଶକୁ ଯିବା ପାଇଁ ଆସି ସମୁଦ୍ରର ଜିରୋ ପଏଣ୍ଟରେ ରହିଥିଲା । ରାତିରେ ଏହି ଜାହାଜର କର୍ମଚାରୀ ହଜରତ ସିଂ ଯିଏକି ପଞ୍ଜାବର ବାସିନ୍ଦା ବୋଲି ଅନୁମାନ କରାଯାଉଛି ସମ୍ପୃକ୍ତ ବ୍ୟକ୍ତି ଜଣକ ସମୁଦ୍ରକୁ ଡେଇଁ ପଡ଼ିଥିଲେ ବୋଲି ଅନ୍ୟ ଧାମରା ସାମୁଦ୍ରିକ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପରେ ସମ୍ପୃକ୍ତ ଜାହାଜର କ୍ୟାପଟେନ ବେତାର ବାର୍ତ୍ତା ଯୋଗେ ଧାମରା ବନ୍ଦର (ଆଦାନୀ )କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଧାମରା ବନ୍ଦର କର୍ମଚାରୀ ଏବଂ ଧାମରା ସାମୁଦ୍ରିକ ଥାନାର କର୍ମଚାରୀ ମାନେ ଦୁଇଟି ଟଗ ବୋଟ ଏବଂ ଗୋଟିଏ ସ୍ପିଡ଼ ବୋଟ ନେଇ ଜିରୋ ପଏଣ୍ଟରେ ଖୋଜାଖୋଜି କରିଥିଲେ । ମାତ୍ର ସେଠାରେ ସମୁଦ୍ର ଅତ୍ୟନ୍ତ ଗଭୀର ଥିବାରୁ ସମ୍ପୃକ୍ତ ଉଦ୍ଧାର କାରୀ ଦଳ ନିଖୋଜ ହୋଇଥିବା କର୍ମଚାରୀଙ୍କ କୌଣସି ପତ୍ତା ପାଇ ନଥିଲା । ଏହି ବିଷୟରେ ସମ୍ପୃକ୍ତ ଜାହାଜର କ୍ୟାପଟେନ ବେତାର ବାର୍ତ୍ତା ଯୋଗେ କୋଷ୍ଟ ଗାର୍ଡ ଏବଂ ଭାରତୀୟ ନାଭିର ସାହାଯ୍ୟ ମାଗିଛନ୍ତି । ସମ୍ପୃକ୍ତ ଜାହାଜଟି ପଞ୍ଜାବର ହୋଇଥିବା ବେଳେ ଏହି ଜାହାଜର ମାଲିକ ଶରତ ଚାଟାର୍ଜି ବୋଲି ଜଣାପଡିଛି । ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ନିଖୋଜ ଜାହାଜ କର୍ମଚାରୀ ହଜରତ ସିଂଙ୍କର କୌଣସି ଖବର ଏପର୍ଯ୍ୟନ୍ତ ମିଳିପାରିନାହିଁ । ହଜରତ ସିଂ ଜାହାଜର ସେକେଣ୍ଡ ଅଫିସର ଥିଲେ ବୋଲି ଜଣାପଡିଛି l
You Can Read :
କଲାବ ନଦୀ କୂଳରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ମୃତ ମହିଳା କିଏ ଆଉ କେମିତି ହେଲା ମୃତ୍ୟୁ ?