ଭୁବନେଶ୍ବର ୨।୧୧: ରାଜଧାନୀରେ ମାତିଲେ ଦୁର୍ବୃତ୍ତ । ଅଣ୍ଡା ନଦେବାରୁ ମୁଣ୍ଡରେ ଲାଗିଲା ବନ୍ଧୁକ । ନୟାପଲ୍ଲୀ ଥାନାରେ ଅଭିଯୋଗ କଲେ ଅଣ୍ଡା ବ୍ୟବସାୟୀ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଅଣ୍ଡା ଦୋକାନକୁ ଆସିଥିଲେ ଦୁଇ ଜଣ ଦୁର୍ବୃତ୍ତ । ଦୋକାନୀଙ୍କୁ ଅଣ୍ଡା ମାଗିଥିଲେ । କିନ୍ତୁ ଦୋକାନୀ ଜଣଙ୍କ ଅଣ୍ଡା ନଦେବାରୁ ଦୁଇ ଜଣ ଦୋକାନୀଙ୍କୁ ବନ୍ଧୁକ ଦେଖାଇଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଦୋକାନୀଙ୍କୁ ଆକ୍ରମଣ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏନେଇ ନୟାପଲ୍ଲୀ ଥାନାରେ ଅଣ୍ଡା ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୁର୍ବୃତ୍ତଙ୍କ ନିକଟରେ ପହଞ୍ଚି ପାରିନାହିଁ ।
You Can Read:
ସହିଦନଗର ବୋମା ମାଡ଼ ଘଟଣା : DCP କହିଲେ- ବୋମା ନୁହେଁ ସୁନଫୋଟକା ଫିଙ୍ଗିଥିଲେ ଦୁର୍ବୃତ୍ତ