ଭୁବନେଶ୍ୱର ୨।୧୧: ବୋମା ନୁହେଁ ସୁନଫୋଟକା ଫିଙ୍ଗିଥିଲେ ଦୁର୍ବୃତ୍ତ । ସ୍ପଷ୍ଟ କଲେ ଭୁବନେଶ୍ବର ଡିସିପି ପିନାକ ମିଶ୍ର । ଭୁବନେଶ୍ବର ସହିଦନଗର ଓ୍ବିନର୍ସ ଆସୋସିଏସନ୍ ନିକଟରେ ଶୁକ୍ରବାର ହୋଇଥିଲା ବୋମା ମାଡ଼ । ବୋମା ନୁହଁ ସୁନଫୋଟକା ବୋଲି ସ୍ପଷ୍ଟ କଲେ ଭୁବନେଶ୍ବର ଡିସିପି ପିନାକ ମିଶ୍ର ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ସହିଦନଗର ଓ୍ବିନର୍ସ ଆସୋସିଏସନ୍ ନିକଟରେ ବୋମା ମାଡ଼ ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିଲା । ଏକ କାର୍ ଉପରକୁ ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ । ଯେଉଁଥିରେ କାର୍ କାଚ ଭାଙ୍ଗି ଚୁରମାର ହୋଇଯାଇଥିଲା । ବୋମା ମାଡ ଘଟଣା ୩୦ ଅଧିକ ଦୁର୍ବୃତ୍ତ ସାମିଲ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ପିସିଆର୍କୁ ଦେଖି ଦୁର୍ବୃତ୍ତ ମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ସିସିଟିଭ ଯାଞ୍ଚ ବେଳେ ବୋମା ମାଡ଼ ଦୃଶ୍ୟ ସାମ୍ନାକୁ ଆସିଥିଲା । ତେବେ ଶନିବାର ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଥିଲେ । ଯାଞ୍ଚ ପରେ ତାହା ବୋମା ନୁହେଁ ସୁନଫୋଟକା ବୋଲି ଜଣାପଡିଥିଲା ।
ତେବେ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
You Can Read:
ଖୁବ୍ଶୀଘ୍ର କେନ୍ଦ୍ରୀୟ ଟିମ୍ କରିବେ କ୍ଷୟକ୍ଷତି ଆକଳନ, ପ୍ରଥମେ ଦିଆଯିବ ଫସଲ ଓ ଘରର କ୍ଷତିପୂରଣ