ଖୁବ୍‌ଶୀଘ୍ର କେନ୍ଦ୍ରୀୟ ଟିମ୍ କରିବେ କ୍ଷୟକ୍ଷତି ଆକଳନ, ପ୍ରଥମେ ଦିଆଯିବ ଫସଲ ଓ ଘରର କ୍ଷତିପୂରଣ

Published By : Prameya-News7 Bureau | November 02, 2024 IST

ସମ୍ବଲପୁର ୨।୧୧: ବାତ୍ୟା ‘ଦାନା’ ପାଇଁ ହୋଇଥିବା କ୍ଷୟକ୍ଷତି ଆକଳନ ଦିନ ଶନିବାର ସମାପ୍ତ ହେବ l ରବିବାର ଏସଆରସି ନିକଟରେ ଏହି ରିପୋର୍ଟ ଦାଖଲ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଷ ପୂଜାରୀ କହିଛନ୍ତି । ତିନୋଟି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ବିଶେଷ କ୍ଷୟକ୍ଷତି ହୋଇଛି l ଘର, ଫସଲ ନଷ୍ଟ ହେବା ସହିତ ବିଭିନ୍ନ ବିଭାଗର ମଧ୍ୟ କ୍ଷୟକ୍ଷତି ହୋଇଛି l ସବୁ ବିଭାଗର ରିପୋର୍ଟ ରବିବାର ପ୍ରଦାନ କରାଯିବ l କେବଳ ଶକ୍ତି ବିଭାଗର ରିପୋର୍ଟ ଟିକେ ବିଳମ୍ବ ହେବ l ରିପୋର୍ଟ ପାଇଲା ପରେ ପ୍ରଥମେ ଫସଲ ଓ ଘରର କ୍ଷତିପୂରଣ ଦିଆଯିବ l ପରେ ବିଭିନ୍ନ ବିଭାଗର କ୍ଷତି ପୂରଣ ଦିଆଯିବ l 

କେନ୍ଦ୍ରୀୟ ଟିମ୍ ମଧ୍ୟ କ୍ଷୟକ୍ଷତିର ଆକଳନ ପାଇଁ ଆସିବାର ଅଛି l ଖୁବଶୀଘ୍ର ଆସି କ୍ଷୟକ୍ଷତି ଆକଳନ କରିବେ l କେନ୍ଦ୍ରୀୟ ଟିମ ଆକଳନ କଲେ କେନ୍ଦ୍ରରୁ କ୍ଷତିପୂରଣ ଟଙ୍କା ଆସିବ l ତା ଆଗରୁ ରାଜସ୍ବ ବିଭାଗରେ ଥିବା ଅର୍ଥ କ୍ଷତିଗ୍ରସ୍ତ ମାନଙ୍କୁ ପ୍ରଦାନ କରାଯିବ l ଓଡିଶା ମଧ୍ୟ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତିର ତଥ୍ୟ ପ୍ରଦାନ କରିବ l ଏହାସହ ଅନ୍ୟ ଜିଲ୍ଲା ମାନଙ୍କରେ ହୋଇଥିବା କ୍ଷତି ମଧ୍ୟ ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।

You Can Read:

ଆମ୍ବୁଲାନ୍ସକୁ ଧକ୍କା ଦେଇ ଭାରସାମ୍ୟ ହରାଇଲା ମଦ ବୋଝେଇ ମିନି ଟ୍ରକ୍, ଜାତୀୟ ରାଜପଥରେ ଓଲଟି ପଡିଲା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.