ରତ୍ନପଥର କିଣାବିକାକୁ ନେଇ ହୋଟେଲ ରୁମ୍‌ରେ କନେଷ୍ଟବଳଙ୍କୁ ହତ୍ୟା, ୮ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | June 13, 2024 IST

ବଲାଙ୍ଗୀର ୧୩।୬: ବଲାଙ୍ଗୀର ବହୁଚର୍ଚ୍ଚିତ ସୋନପୁର ରିଜର୍ଭ କନେଷ୍ଟବଳ ଶଙ୍କର ଭାନୁ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ I ଟାଉନ୍ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ରିଷିକେଶ ଖିଲାରୀ I  କୋଟିଏ ଟଙ୍କାର ହୀରା ପାଇଁ ଶଙ୍କରକୁ ଯୋଜନାବଦ୍ଧ ଭାବେ ହୋଟେଲ ଡାକି ହତ୍ୟା କରିଥିଲେ ୮ ଅଭିଯୁକ୍ତ I ମୁଖ୍ୟ ଅଭିଯୁକ୍ତ ସହ ୪ ଜଣ ଅଭିଯୁକ୍ତ ରାଜ୍ୟ ବାହାରର ଥିବା ବେଳେ ୪ ଜଣ ଓଡ଼ିଶାର  ରହିଛନ୍ତି I 

ଦୀର୍ଘ ବର୍ଷ ଧରି ବଲାଙ୍ଗୀରରୁ ସୁରଟକୁ ଚାଲିଥିଲା ବେଆଇନ ହୀରା ଓ ରତ୍ନ ପଥର କାରବାର I ରେଳ ଷ୍ଟେସନ ଛକ ଠାରେ ଥିବା ହୋଟେଲ ଇନ୍ଦ୍ରପ୍ରସ୍ଥରେ ହେଉଥିଲା ଡିଲ୍ I ଜାଲ ପରିଚୟ ପତ୍ର ଦେଇ ହୋଟେଲ ରୁମ୍ ବୁକ୍ କରୁଥିଲେ I ବିରେନ ସିଂହ ନାମରେ ଜାଲ ପରିଚୟ ପତ୍ର ତିଆରି କରି ଘଟାଇଥିଲେ ହତ୍ୟାକାଣ୍ଡ I ବିହାର, କଲିକତା ଓ ପଞ୍ଜାବର କୁଖ୍ୟାତ ରତ୍ନପଥର ବ୍ୟବସାୟୀ ରଚିଥିଲା ଷଡଯନ୍ତ୍ର I ଟଙ୍କା ଲୋଭରେ ସେମାନଙ୍କ ସାଥ୍ ଦେଇଥିଲେ ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରର ୪ ଜଣ ଅଭିଯୁକ୍ତ I ଟାଉନ୍ ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ୨ ଜଣ ଫେରାର୍ ଅଛନ୍ତି I ଗିରଫ ଅଭିଯୁକ୍ତ ମାନେ ଝାଡଖଣ୍ଡ କୋଡ଼ମା ଜିଲ୍ଲାର ପଙ୍କଜ କୁମାର ଓ ସୂରଜ ବନାରୱାଲ, ଅନୁଗୋଳ ଆଠମଲ୍ଲିକର କୃଷ୍ଣ ମେହେର, ବୌଦ୍ଧ ଇଚ୍ଛାପୁରର ମନୋରଞ୍ଜନ ସାଥୁଆ, ସୋନପୁର ଜିଲ୍ଲା ନନ୍ଦନମାଲର ନିତାଇ କର ଓ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବରପଦର ଗାଁର ରୋହିତ ସା I ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି I ଗତ ୧୭ ତାରିଖ ଦିନ ବଲାଙ୍ଗୀର ରେଳ ଷ୍ଟେସନ ରାସ୍ତା ଇନ୍ଦ୍ରପ୍ରସ୍ତ ହୋଟେଲରେ ଘଟିଥିଲା ହତ୍ୟାକାଣ୍ଡ I ରୁମ୍ ନଂ ୨୧୨ରେ ଅତି ନିର୍ମମ ଭାବେ ଶଙ୍କରକୁ ହତ୍ୟାକରି ଫେରାର୍ ମାରିଥିଲେ ଅଭିଯୁକ୍ତ I ହାତଗୋଡ ବନ୍ଧା ଅବସ୍ଥାରେ ବାଥରୁମରୁ ମୃତଦେହ ଉଦ୍ଧାର କରିଥିଲା ଟାଉନ୍ ଥାନା ପୋଲିସ I ମେ’ ୧୬ ତାରିଖ ଦିନ ବିରେନ୍ ସିଂ ନାମକ ଜଣେ ବ୍ୟକ୍ତି ନାଁରେ ହୋଟେଲ ରୁମ୍ ବୁକ୍ ହୋଇଥିଲା I ଅଭିଯୁକ୍ତକୁ ଭେଟିବାକୁ ଯାଇ ହତ୍ୟାର ଶିକାର ହୋଇଥିଲେ ପୋଲିସ କନେଷ୍ଟବଳ ଶଙ୍କର I ମୁଖ୍ୟ ଅଭିଯୁକ୍ତ ବିରେନ ସିଂଙ୍କ ଘର ବାସେପୁର ଧନବାଦ ଜିଲ୍ଲା I ହୋଟେଲ ରେଜିଷ୍ଟରରେ ଉଲ୍ଲେଖ ରହିଥିଲା ବିରେନ ସିଂଙ୍କ ନାଁ I ୧୬ ତାରିଖରେ କନେଷ୍ଟବଳ ଶଙ୍କରକୁ ଏମାନେ ହତ୍ୟା କରିବା ପରେ ତାଙ୍କ କାରକୁ ଖୁଜେନପାଲି ରେଳ ଫାଟକ ନିକଟରେ ଦୁର୍ଘଟଣା କରାଯାଇଥିଲା I ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ମାନେ I ୧୭ ତାରିଖରେ ଟାଉନ୍ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ ଆରମ୍ଭ କରି କରିଥିଲେ I ରାଜ୍ୟ ବାହାରୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା ଟାଉନ୍ ପୋଲିସ I                             

You Can Read :

ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.