ପୁରୀ ୮।୮: ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ୧୯ଟି ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ନୋଟିସ ଜାରି କରିଛନ୍ତି । ସେଥିମଧ୍ୟରୁ ୧୭ଟି ନିର୍ମାଣ ପଥର ଖଣି ଏବଂ ୨ ଗୋଟି ମାଙ୍କଡା ପଥର ଖଣି ରହିଛି । ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ଉତ୍ତୋଳନ ସକାଶେ ଓଡିଶା ଲଘୁ ଖଣିଜ ଆଇନ୍-୨୦୧୬ ଅନୁସାରେ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ୭ ଦିନ ମଧ୍ୟରେ ରୟାଲଟି, ଆନୁସଙ୍ଗୀକ ଦେୟ ଏବଂ ଅଧିକ ଉତ୍ତୋଳନ ପାଇଁ ଜରିମାନାର ମୂଲ୍ୟ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ସେହିପରି କେଉଁ ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ହେଲା, ସେନେଇ ମଧ୍ୟ ଲିଖିତ କୈଫିୟତ ଦାଖଲ କରିବାକୁ ନୋଟିସରେ କୁହାଯାଇଛି । ନୋଟିସର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଜାରି କରାଯାଇଥିବା ନୋଟିସର ଖିଲାପ କଲେ, ଖଣିର ଚୁକ୍ତିପତ୍ର ରଦ୍ଦ କରାଯିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଜେ ପୁରୀର ସମସ୍ତ ଭୂ-ସମ୍ପତ୍ତିର ସୁରକ୍ଷା କରାଯିବ ବୋଲି ମୁଖ୍ୟ ପ୍ରଶାସକ ନୋଟିସରେ କଡା ଶବ୍ଦରେ ସତର୍କ କରିଛନ୍ତି ।
You Can Read:
ଆଉ ଖୋଲିବନି ନୂଆ ମଦ ଦୋକାନ, ଚୋରା ମଦ ବିକ୍ରି ଉପରେ ଲାଗିବ ରୋକ୍ : ଆଇନ ମନ୍ତ୍ରୀ