ଆନନ୍ଦପୁର ୦୮/୦୮: ଆନନ୍ଦପୁର ମେଡିକାଲରେ ଅଘଟଣ । ମେଡିକାଲ ଓ୍ୱାର୍ଡରେ ଶୋଇଥିବା ସମରେ ବିଳମ୍ବିତ ରାତିରେ ଯୁବକଙ୍କୁ କାମୁଡିଦେଲା ବିଷଧର ସାପ । ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଘଟଣାକୁ ନେଇ ଆଜି ଚର୍ଚ୍ଚା ଯୋର ଧରିଛି । ଯୁବକ ଜଣକ ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁର ମାଝି ଚମ୍ପେଇ ।
ବଡ ମା ପେଲଙ୍ଗ ମୁଣ୍ଡା ଅସୁସ୍ଥ ଥିବାରୁ ଗତକାଲି ମାଝି ମେଜିକାଲ ଆସି ସହାୟତା ପାଇଁ ରାତିରେ ରହି ଯାଇଥିଲେ । ବଡ ମାଆଙ୍କ ଓ୍ୱାର୍ଡ ସାମ୍ନା ବାରଣ୍ଡାରେ ଶୋଇଥିବା ସମୟରେ ହଠାତ୍ ଏକ ଚିତି ସାପ ଆସି ତାଙ୍କ ହାତକୁ କାମୁଡି ଦେଇ ପିନ୍ଧି ଥିବା ପ୍ୟାଣ୍ଟ ଭିତରେ ପଶିଯାଇଥିଲା ।
ଏହି ସମୟରେ ସୁରକ୍ଷା କର୍ମୀ ଓ ପାଖରେ ଥିବା ଲୋକେ ସାପଟିକୁ ତାଙ୍କ ଶରୀରରୁ ବାହାର କରିଥିଲେ । ତେବେ ମାଝୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲରହିଛି । ସାପଟିକୁ କେହି ମାରିଦେଇଛି । ଗତରାତିର ଏହି ଘଟଣା ପରେ ଆନନ୍ଦପୁର ଡାକ୍ତରଖାନାରେ ରୋଗୀଙ୍କ ସୁରକ୍ଷା କୁ ନେଇ ଉଠିଛି ପ୍ରଶ୍ନ ।