ନୂଆଦିଲ୍ଲୀ ୨୪/୦୮: ସେପ୍ଟେମ୍ବରରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1 । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ . ସୋମନାଥ । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବରେ ପହଞ୍ଚି ଭାରତ ଇତିହାସ ରଚିବା ପରେ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇବାକୁ ଅଣ୍ଟା ଭିଡ଼ିଛି ଇସ୍ରୋ ।
ସୂର୍ଯ୍ୟ ମିଶନ ଆଦିତ୍ୟ L-1 ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମିଶନରେ ସୂର୍ଯ୍ୟ ସମ୍ପର୍କରେ ଆହୁରି ଅଧିକ ଗବେଷଣା କରିବାକୁ ଲକ୍ଷ୍ୟ ରକ୍ଷା ରଖାଯାଇଛି । ଏହି ମିଶନରେ ପ୍ରାୟ ୩୭୮ କୋଟି ଟଙ୍କା ଖର୍ଚ୍ଚ ହେବ । ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଦୂରତା ୧୫କୋଟି କିଲୋମିଟର । ସୂର୍ଯ୍ୟର ଆଲୋକ ପୃଥିବୀ ପୃଷ୍ଠରେ ପଡିବା ଲାଗି ନିଏ ୮ମିନିଟ୍ ସମୟ । ତେବେ ଆଦିତ୍ୟ L-1 କୁ ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ରଖାଯିବ ।
wp:html/wp:htmlSolar mission ‘Aditya’ will be ready for launch in September: ISRO chief Somanath sets next goal
— ANI Digital (@ani_digital) August 24, 2023
Read @ANI Story | https://t.co/YsvHFpatSY#ISRO #Somanath #Solarmission #AdityaMission #Chandrayaan3 pic.twitter.com/0TMYraNpZe
ଏହି ବିନ୍ଦୁକୁ L-1 କୁହାଯାଉଛି । ଏହା ଏମିତି ଏକ ସ୍ଥାନ ଯେଉଁଠାରେ ସୂର୍ଯ୍ୟପରାଗର ପ୍ରଭାବ ନାହିଁ । ଫଳରେ ଏଠାରୁ ସୂର୍ଯ୍ୟ ସବୁବେଳେ ଦେଖାଯିବ । ଆଦିତ୍ୟ L-1କୁ LMV M-3 ରକେଟ୍ ସାହାଥ୍ୟରେ ଉତକ୍ଷେପଣ କରାଯିବ । ଏହା ପୃଥିବୀ ଚାରିପଟେ ଅଣ୍ଡାକାର ପଥରେ ଚକ୍କର କାଟିବା ପରେ ଆଗକୁ ବଢିବ । ଆଦିତ୍ୟ L-1 ଲଞ୍ଚ ଦେବାର ୪ମାସ ପରେ ଏହି ସାଟେଲାଇଟ୍ L-1 ପଏଣ୍ଟରେ ସାମ୍ନାରେ ଏକ ହଲୋ ଅର୍ବିଟ୍ ରେ ଘୂରିବା ସହ ସୂର୍ଯ୍ୟର ଅନୁଧ୍ୟାନ କରିବ । ସୂର୍ଯ୍ୟରଶ୍ମି ଏବଂ ସୂର୍ଯ୍ୟର ପରୀକ୍ଷଣ ପାଇଁ ଆଦିତ୍ୟ L-1ରେ ୭ଟି ଯନ୍ତ୍ରାଂଶ ରହିବ ।
ଏଭିତରୁ ୪ଟି ଯନ୍ତ୍ରପାତି ସୂର୍ଯ୍ୟରୁ ପୃଥିବୀ ପର୍ଯ୍ୟନ୍ତ ଆସୁଥିବା ରଶ୍ମିକୁ ନେଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ କରିବ । ସୂର୍ଯ୍ୟରଶ୍ମିରେ ଥିବା କଣିକା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଭିତରେ କେମିତି କଏଦ ହୋଇ ଯାଉଛି ଏବଂ ସୂର୍ଯ୍ୟର କରୋନା ମଣ୍ଡଳ ସମ୍ପର୍କରେ ଅନୁଧ୍ୟାନ କରିବ । ଏପର୍ଯ୍ୟନ୍ତ ଆମେରିକା, ଜର୍ମାନୀ ଏବଂ ୟୁରୋପିଆନ୍ ସ୍ପେସ ଏଜେନସି ମୋଟ ୨୨ଟି ସୂର୍ଯ୍ୟମିଶନ କରିଛନ୍ତି । ଏଭିତରୁ ନାସା ସର୍ବାଧିକ ସୂର୍ଯ୍ୟ ମିଶନ କରିଛି ।
you can also read....
wp:embed {"url":"https://www.prameyanews7.com/isro-next-mission-nisar-aditya-and-gaganyaan/","type":"wp-embed","providerNameSlug":"prameya-news-7"} /wp:embed