ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଏନକାଉଣ୍ଟର । ସ୍ବତନ୍ତ୍ର ଟିମ୍ ଦ୍ବାରା ଦୁର୍ଦ୍ଦାନ୍ତ ଅପରାଧୀ ନିହତ ହୋଇଛି । ୟୁପି ମିରଟ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ମଟକାକୁ ଗୁଳି କରିଛି ସ୍ପେଶାଲ ଟାକ୍ସ ଫୋର୍ସ । ସୂଚନା ଅନୁଯାୟୀ, ସୋନୁ ଦୀପାବଳି ଦିନ ଶାହଦରାରେ ଜଣେ ବ୍ୟକ୍ତି ଏବଂ ତାଙ୍କ ପୁତୁରାଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲା । ସୋନୁ ମଟକାର ଖବର ମିଳିବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଚଢ଼ାଉ କରି ଏନକାଉଣ୍ଟର କରିଛି । ଏଥିରେ ଅପରାଧୀ ସୋନୁ ନିହତ ହୋଇଥିବା ପୋଲିସ ସୂଚନା ଦେଇଛି ।
ସୂଚନା ମୁତାବକ, ପୋଲିସ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରୁଥିଲା । ଏହି ସମୟରେ ସୋନୁ ଗ୍ୟାଙ୍ଗ ଟାକ୍ସ ଫୋର୍ସ ଉପରକୁ ଗୁଳିମାଡ଼ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲା ସ୍ପେଶାଲ ଟିମ୍ । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ମଟକା ଗୁରୁତର ଭାବେ ଆହତ ହୋଇଥିଲା । ସେଠାରେ ପୋଲିସ ତାକୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋନୁର ମୃତ୍ୟୁ ହୋଇଛି । ଅପରାଧୀ ନାଁରେ ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ଡଜନରୁ ଅଧିକ ଲୁଟ୍ ଏବଂ ହତ୍ୟା ମାମଲା ରୁଜୁ ହୋଇଛି ।
ଦୀପାବଳି ଦିନ ରାତିରେ ଦିଲ୍ଲୀ ଶାହଦରା ଅଞ୍ଚଳରେ ଏକ ପରିବାର ଦୀପ ଜାଳି ଦୀପାବଳି ପାଳୁଥିବାବେଳେ ସୋନୁ ମଟକା ଏବଂ ତା’ର ଜଣେ ସାଥି ପୂରା ପରିବାରକୁ ଘେରି ନେଇଥିଲେ । ୪୦ ବର୍ଷୀୟ ଦାଦା ଏବଂ ୧୬ ବର୍ଷୟୀ ପୁତୁରାଙ୍କୁ ଗୁଳି କରି ହତ୍ୟା କରିଥିଲା । ଏଥିରେ ମୃତ ବ୍ୟକ୍ତିଙ୍କ ୧୦ ବର୍ଷୀୟ ନାବାଳକ ଆହତ ହୋଇଥିଲେ । ସେବେଠୁ ପୋଲିସ ଅପରାଧୀ ସୋନୁ ମଟକାକୁ ଖୋଜୁଥିଲା । ଆଜି ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ତାକୁ ଏନକାଉଣ୍ଟର କରିଛି ।...