ଗ୍ରେଗ୍ ଚାପେଲ ବିବାଦ, ଦ୍ରାବିଡଙ୍କ ସହ ମତଭେଦ… ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌ରେ ଖୋଲିବ ୫ ବଡ଼ ରାଜ୍

Published By : Prameya-News7 Bureau | January 25, 2025 IST

ମୁମ୍ବାଇ ୨୫।୦୧ : ମହେନ୍ଦ୍ର ସିଂହ ଧୋନି, ମହମ୍ମଦ ଆଝାରୁଦ୍ଦିନ, ସଚ୍ଚିନ ତେନ୍ଦୁଲକରଙ୍କ ପରେ ଆଉ ଜଣେ ଭାରତୀୟ ଲିଜେଣ୍ଡ କ୍ରିକେଟରଙ୍କ ଆସିବା ବାୟୋପିକ୍‌ । ବଡ଼ପରଦାରେ ଫ୍ୟାନ୍ସ ଦେଖିବେ ଏହି ଚର୍ଚ୍ଚିତ କ୍ରିକେଟରଙ୍କ ସଂଘର୍ଷ, ସଫଳତା ଆଉ ବିବାଦର କାହାଣୀ । ବଡ଼ ବଜେଟ୍‌ରେ ନିର୍ମାଣ ହେବାକୁ ମଧ୍ୟ ଆଲୋଚନା ଚାଲିଛି । ତେବେ ଆସନ୍ତୁ ଜାଣିବା କିଏ ସେହି ଫେମସ୍‌ କ୍ରିକେଟର ଯାହାଙ୍କ ଜୀବନ ଉପରେ ନିର୍ମାଣ ହେବାକୁ ଯାଉଛି ବାୟୋପିକ୍‌ । 

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଜୀବନଶୈଳୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ବାୟୋପିକ୍‌ । ଯେଉଁଥିରେ ସୌରଭ ଚଣ୍ଡିଦାସ ଗାଙ୍ଗୁଲିଙ୍କ ସଂଘର୍ଷ, ସଫଳତା ଆଉ ବିବାଦ ବିଷୟରେ ଫ୍ୟାନ୍ସମାନେ ଜାଣିବାକୁ ପାଇବେ। ତେବେ ଏହି ବାୟୋପିକ୍‌ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକ ଜାଣିବାକୁ ପାଇବେ ବୋଲି ଆଶା କରାଯାଉଛି । ଆସନ୍ତୁ ଜାଣିବା ଗାଙ୍ଗୁଲି ସହିତ ଜଡିତ ପାଞ୍ଚୋଟି ପ୍ରମୁଖ ବିବାଦ…

ଲର୍ଡ ବାଲ୍‌କୋନିରେ ସାର୍ଟ ଉତ୍ତାରିବା-

୨୦୦୨ ନାଟ୍‌ଓ୍ୱେଷ୍ଟ ସିରିଜ୍‌ର ଫାଇନାଲରେ ୩୨୬ ରନ୍‌ର ଟାର୍ଗେଟକୁ ପିଛା କରୁଥିଲା ଭାରତୀୟ ଟିମ୍‌ । ବହୁ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡକୁ ହରାଇ ଚମ୍ପିଆନ୍‌ ହୋଇଥିଲା ଭାରତ । ତେବେ ଲର୍ଡ କ୍ରିକେଟ୍‌ ଗ୍ରାଉଣ୍ଡରେ ଏହି ଐତିହାସିକ ବିଜୟ ପରେ ‘ଦାଦା’ ଷ୍ଟାଡିୟମ୍‌ରେ ବାଲକୋନିରେ ସାର୍ଟ ଉତାରିଥିଲା । ଆଉ ପବନରେ ଲହରାଇଥିଲା । ଯାହାକି ସେହି ସମୟର ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା । 

ବଲିଉଡ୍‌ ଅଭିନେତ୍ରୀଙ୍କ ସହିତ ସଂପର୍କର ଚର୍ଚ୍ଚା-

୧୯୯୯ ବିଶ୍ୱକପ୍‌ ସମୟରେ ସୋରଭ ଗାଙ୍ଗୁଲି ଏବଂ ବଲିଉଡ୍‌ ଅଭିନେତ୍ରୀ ନଗ୍‌ମାଙ୍କ ମଧ୍ୟରେ ପ୍ରେମ୍‌ ସଂପର୍କ ନେଇ ବହୁ ଚର୍ଚ୍ଚା ହୋଇଥିଲା । ପରେ ଏହି ଘଟଣାରେ ଗାଙ୍ଗୁଲି ନିଜେ ମୁହଁ ଖୋଲିଥିଲେ, ଆଉ କହିଥିଲେ କି ଏହା ସବୁ ମିଛ । 

ଗ୍ରେଗ୍‌ ଚାପେଲ୍‌ ବିବାଦ-

୨୦୦୫ରେ ସୌରଭ ଗାଙ୍ଗୁଲି ଏବଂ ଗ୍ରେଗ୍‌ ଚାପେଲ୍‌ଙ୍କ ମଧ୍ୟରେ ବିବାଦ କଥା କିଏ ବା ନଜାଣେ । ଚାପେଲ ବିସିସିଆଇକୁ ଲେଖିଥିବା ଏକ ଚିଠିରେ ସୌରଭ ଗାଙ୍ଗୁଲିଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ କହିଥିଲେ । ସୌରଭ ମାନସିକ ଏବଂ ଶାରିରୀକ ରୂପରେ ଅଧିନାୟକ ପଦ ପାଇଁ ଅଯୋଗ୍ୟ ବୋଲି କହିଥିଲେ। ଯାହାକି ସେତେବେଳେ ଗଣମାଧ୍ୟମରେ ଲିକ୍‌ ହୋଇଥିଲା । ଏହି କଥାକୁ ନେଇ ବହୁ ବିବାଦ ଦେଖାଦେଇଥିଲା ।ଶେଷରେ ଗ୍ରେଗ୍‌ ଚାପେଲ୍‌ଙ୍କୁ କୋଚ୍‌ ପଦରୁ ବରଖାସ୍ତ କରାଯାଇଥିଲା । 

ରବି ଶାସ୍ତ୍ରୀଙ୍କ ସହିତ ବିବାଦ-

୨୦୧୬ରେ ଭାରତୀୟ ଟିମ୍‌ ପାଇଁ କୋଚ୍‌ ପଦର ଚୟନ ବେଳେ ରବି ଶାସ୍ତ୍ରୀ ଏବଂ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବିବାଦ ହୋଇଥିଲା । ରବି ଶାସ୍ତ୍ରୀ ଭିଡିଓ କନ୍‌ଫରେସନ୍ସିଂ ଜରିଆରେ ସାକ୍ଷାତକାର ଦେଇଥିଲେ । ଏଥିରେ ଗାଙ୍ଗୁଲିଙ୍କ ବ୍ୟତୀତ ସଚ୍ଚିନ ତେନ୍ଦୁଲକର ଏବଂ ଭିଭିଏସ୍‌ ଲକ୍ଷ୍ମଣ ଉପସ୍ଥିତ ରହିଥିଲେ । ଯାହାପରେ ଶାସ୍ତ୍ରୀ ଏବଂ ଗାଙ୍ଗୁଲି ମଧ୍ୟରେ ବିବାଦ ବଢିଥିଲା । ଆଉ ପରସ୍ପର ବିରୋଧୀ ବୟାନ ଦେଉଥିବାର ନଜର ମଧ୍ୟ ଆସିଥିଲେ । କୋଚ୍‌ ଚୟନ କମିଟିରେ ଗାଙ୍ଗୁଲି, ତେନ୍ଦୁଲକର, ଲକ୍ଷ୍ମଣ ସଦସ୍ୟ ଥିଲେ ।  

ରାହୁଲ ଦ୍ରାବିଡଙ୍କ ସହି ମତଭେଦ-

ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ୍‌ଙ୍କ ମଧ୍ୟରେ ସଂପର୍କ ବେଶ୍‌ ଗମ୍ଭୀର । ଉଭୟ ଜଣେ ଜଣେ ଭଲ ସାଙ୍ଗ ଭାବେ ବେଶ୍ ଜଣାଶୁଣା । ହେଲେ ଗ୍ରେଗ୍‌ ଚାପେଲ୍‌ କୋଚ ହେବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଟିମ୍‌ରେ କୋଚଙ୍କ ମନମାନି ନେଇ ଗାଙ୍ଗୁଲ ଅସନ୍ତୁଷ୍ଟ ଥିଲେ, ଯାହାକୁ ଦ୍ରାବିଡ୍‌ ଅଧିନାୟକ ହୋଇ ଚୁପ୍‌ ଚୁପ୍‌ ଦେଖୁଥିଲେ । ଏହାକୁ ହିଁ ପସନ୍ଦ କରୁନଥିଲେ ଗାଙ୍ଗୁଲି । ଶେଷରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। 

ତେବେ ମିଳିଥିବା କିଛି ତଥ୍ୟ ଅନୁସାରେ, ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌ରେ ରାଜକୁମାର ରାଓ, ରଣବୀର କପୁର, ଆୟୁଷ୍ମାନ ଖୁରାନା ଅଭିନୟ କରିବା ନେଇ ଚର୍ଚ୍ଚା ହେଉଛି । ହେଲେ ଏବେ ଯାଏଁ କାହାକୁ ଫାଇନାଲ୍‌ କରାଯାଇନି । 

ରାଷ୍ଟ୍ରପତି ପୁରସ୍କାର ଘୋଷଣା, ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ପଦକ

  • BCCI
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.