କୁଆଡେ ଗଲେ ସୌରୀନ ଭଟ୍ଟ, ଗିରଫ ଭୟରେ ବାସଭବନରୁ ମାରିଲେ ଫେରାର୍

Published By : Prameya-News7 Bureau | June 22, 2023 IST

କଟକ ୨୨/୦୬: ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ନାମରେ ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗ ମାମଲା । କୋଲକାତା ସ୍ଥିତ ସୌରିନ୍ ଭଟ୍ଟଙ୍କ ବାସ ଭବନରେ ମହିଳା ଥାନା ପୋଲିସର ଚଢ଼ାଉ । ହେଲେ ସୌରିନ୍ ଭଟ୍ଟ ସେଠାରୁ ଫେରାର ହୋଇଯାଇଛନ୍ତି । ବୁଧବାର ରାତିରେ ସୌରୀନ୍ ଙ୍କୁ ଗିରଫ କରିବା ପାଇଁ ଚଢାଉ କରିଥିଲା ପୋଲିସ । ପୀଡିତାଙ୍କ ଅଭିଯୋଗକୁ ଆଧାର କରି ରାଜ୍ୟ ବାହାରକୁ ଯାଇଥିଲା କମିଶନରେଟ୍ ପୋଲିସ । ସୌରିନ ଭଟ୍ଟଙ୍କୁ ଗିରଫ କରିବା ପାଇଁ କମିଶନରେଟ୍ ପୋଲିସର ୫ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛି ।

wp:embed {"url":"https://www.prameyanews7.com/singer-sourin-bhatt-amy-be-arrested/","type":"wp-embed","providerNameSlug":"prameya-news-7"}
https://www.prameyanews7.com/singer-sourin-bhatt-amy-be-arrested/
/wp:embed

ସୂଚନା ଥାଉକି, ଗତ କିଛି ଦିନ ତଳେ କଟକର ଜଣେ ଯୁବତୀ ମହିଳା ଥାନାକୁ ଆସି କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ବିରୋଧରେ ଆଣିଥିଲେ ସଂଗୀନ ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ ଅଭିଯୋଗକାରିଣୀ । ଗତ ୧୩ ତାରିଖରେ ମାଜିଷ୍ଟ୍ରେଟଙ୍କ ନିକଟରେ ଯୁବତୀଙ୍କ ୧୬୪ରେ ଷ୍ଟେଟମେଣ୍ଟ ରେକର୍ଡ କରାଯାଇଥିଲା ।

ଦରକାର ପଡିଲେ ଗିରଫ ହୋଇପାରନ୍ତି ବୋଲି କହିଥିଲେ ଜୋନ୍-୨ ଏ .ସି .ପି ଅମିତାଭ ମହାପାତ୍ର । କାରଣ ସୌରିନଙ୍କ ନାଁରେ ଲାଗିଥିଲା ସଂଗୀନ ଦଫା । ଆଇପିସିର ୩୭୬ ,୪୯୩, ୩୪୧ ,୫୦୬ ,୪୧୭ ଦଫା ଲାଗିଛି ତେଣୁ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ ବୋଲି କହିଛନ୍ତି । ଏହା ପୂର୍ବରୁ ସୋମବାର ମହିଳା ଥାନାରେ ସୌରିନ ଭଟ୍ଟଙ୍କ ନାମରେ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ ଜଗତପୁର ଅଞ୍ଚଳର ଜଣେ ଯୁବତୀ । ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ପ୍ରତାରଣା ଓ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ ।

ଅନ୍ୟପଟେ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଥିଲା ପୋଲିସ । ଏହାପରେ ଅଭିଯୋଗ କାରିଣୀ ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ହେଲେ ସୌରିନଙ୍କ ସହ ପୋଲିସ ଯେତେବେଳେ ଯୋଗାଯୋଗ କରିଥିଲା ସେତେବେଳେ ତାଙ୍କ ମୋବାଇଲ ସୁଇଚ ଅଫ ଆସିଥିଲା । ସୌରୀନଙ୍କ ସହ ଯୁବତୀ ଜଣକ ଯେଉଁ ସ୍ଥାନକୁ ଯାଇଛନ୍ତି ତାହାର ତଦନ୍ତ କରାଯାଉଛି । ଏହାସହ ମହିଳା ଥାନାରେ ନିଜେ ଆସି ନିଜ ପକ୍ଷ ରଖିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଏ .ସି .ପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.