ଟି-୨୦ ସିରିଜ୍: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା, ପ୍ରଥମେ ବ୍ୟାଟିଂ କରୁଛି ଭାରତ

Published By : Prameya-News7 Bureau | November 08, 2024 IST

internet

ଡର୍ବାନ: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଶୁକ୍ରବାର (୮ନଭେମ୍ବର ୨୦୨୪) ଆରମ୍ଭ ହୋଇଛି। କିଙ୍ଗ୍ସମ୍ୟାଡ୍ ଡର୍ବାନ ଷ୍ଟାଡିୟମ୍‌ରେ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍‌ର ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ସମୟ ସନ୍ଧ୍ୟା ୮.୩୦ରେ ମ୍ୟାଚ୍ ଆରମ୍ଭ ହୋଇଛି। ଭାରତ ପକ୍ଷରୁ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଓପନିଂ କରିଛନ୍ତି। ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଦ୍ରୁତ ମାର୍କୋ ଜାନସେନ ଓପନିଂ ବୋଲିଂ କରିଛନ୍ତି। ପ୍ରଥମ ଓଭରରେ ଭାରତୀୟ ଟିମ ମାତ୍ର ଦୁଇ ରନ୍ କରିପାରିଛି।

ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ ପରେ ଉଭୟ ଦଳ ପୁଣି ଥରେ ପରସ୍ପରକୁ ସାମ୍ନା କରୁଛନ୍ତି। ତେବେ ଏଥର ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଓ  ଯଶପ୍ରୀତ ବୁମରାଙ୍କ ଭଳି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଯୁବ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ ଟି-୨୦ ମାଷ୍ଟର କ୍ୟାପ୍ଟେନ୍ ସୂର୍ଯ୍ୟ କୁମାର ଯାଦବ। ଯୁବ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବାର ଯଥେଷ୍ଟ କ୍ଷମତା ରଖିଛି।

ଡର୍ବାନ ପିଚ୍‌ ବ୍ୟାଟିଂ ପାଇଁ ଅନକୂଳ ଥିବାରୁ ଭାରତ ମଧ୍ୟ ଆରମ୍ଭରୁ ବ୍ୟାଟିଂ କରିବା ସମ୍ଭାବନା ଥିଲା। ଏଠାରେ ଖେଳାଯାଇଥିବା ଶେଷ ୭ଟି ମ୍ୟାଚ୍‌ର  ହାରାହାରି ପ୍ରଥମ ଇନିଂସ ସ୍କୋର ରହିଛି  ୧୮୪ । 

ଦକ୍ଷିଣ ଆଫ୍ରିକା ପ୍ଲେଇଁ ଇଲେଭେନ- ରିଆନ୍ ରିକେଲଟନ୍, ଆଡେନ ମାରକ୍ରମ(କ୍ଯାପ୍ଟେନ୍), ଟ୍ରିଷ୍ଟାନ ଷ୍ଟବ୍ସ ହେନରିଚ୍ କ୍ଲାସେନ୍ ( ୱିକେଟ କିପର), ଡେଭିଡ ମିଲର, ପାଟ୍ରିକ କ୍ରୁଗେର, ମାର୍କୋ ଜାନସେନ୍, ଆଣ୍ଡିଲ ସିମେଲାନେ, ଜେରାଲ୍ଡ କୋଏତଜି, କେଶବ ମହାରାଜ, ଇନକାବାୟୋମିଜି ପିଟର। 

ଭାରତ ପ୍ଲେଇଂ ଇଲେଭେନ- ଅଭିଷେକ ଶର୍ମାସଞ୍ଜୁ ସାମସନ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ (କ୍ୟାପ୍ଟେନ)ତିଲକ ବର୍ମାହାର୍ଦ୍ଦିକ ପାଣ୍ଡ୍ୟାରିଙ୍କୁ ସିଂଆକ୍ସର ପଟେଲରବି ବିଷ୍ଣୋଇବରୁଣ ଚକ୍ରବର୍ତ୍ତୀଅର୍ଶଦୀପ ସିଂହଆବେଶ ଖାନ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.