ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ ମ୍ୟାଚ୍‌, ପୂର୍ବ ଟ୍ରାକ୍‌କୁ ଫେରିବାକୁ ସୂର୍ଯ୍ୟ ବାହିନୀଙ୍କ ଲକ୍ଷ୍ୟ

Published By : Prameya-News7 Bureau | November 13, 2024 IST

BCCI

ମୁମ୍ବାଇ ୧୩।୧୧ : ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ସିରିଜ୍‌। ବୁଧବାର ସେଞ୍ଚୁରିଅନ୍ ର ସୁପର ସ୍ପୋର୍ଟ ପାର୍କରେ ଖେଳାଯିବ ଶୃଙ୍ଖଳାର ତୃତୀୟ ମ୍ୟାଚ୍। ଦ୍ବିତୀୟ ଟି- ଟ୍ବେଣ୍ଟି ବ୍ୟାଟିଂ ବିଫଳତାକୁ ନ ଦୋହରାଇବା ପାଇଁ ସୂର୍ଯ୍ୟକୁମାର ୟାଦବଙ୍କ ଦଳ ଲକ୍ଷ୍ୟ ରଖିଛି। 

ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କ ଭାରତୀୟ ଖେଳାଳିଙ୍କ ପାଇଁ ନୂଆ। ତେଣୁ ନୂଆ ପିଚରେ ବିଜୟ ଧାରାକୁ ଫେରିବା ଭାରତୀୟ ଖେଳାଳିଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିବ। ଏହି ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ଭାରତ ବିଜୟୀ ହୋଇଥିବା ବେଳେ ୨ୟ ମୁକାବିଲାରେ ବାଜି ମାରିଥିଲା ଦକ୍ଷିଣ ଆଫ୍ରିକା । ୪ ଟିକିଆ ସିରିଜ୍‌ରେ ଏବେ ଉଭୟ ଦଳ ୧-୧ରେ ରହିଛନ୍ତି ।

ସେଞ୍ଚୁରିଅନର ଭାରତ ମାତ୍ର ଗୋଟିଏ ଟି-ଟ୍ବେଣ୍ଟି ଖେଳିଛି। ୨୦୧୮ରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଭାରତ ୬ ୱିକେଟ୍ ରେ ପରାଜିତ ହୋଇଥିଲା। ସେହି ଦଳରେ ବର୍ତ୍ତମାନର ସଦସ୍ୟଙ୍କ ଭିତରୁ କେବଳ ହାର୍ଦିକ ପାଣ୍ଡ୍ୟା ଖେଳିଥିଲେ। ଭାରତୀୟ ବ୍ୟାଟିଂକ୍ରମରେ ସବୁଠୁ ବଡ଼ ସମସ୍ୟା ରହିଛି ପ୍ରାରମ୍ଭିକ ବ୍ୟାଟିଂରେ। ସଂଜୁ ସାମ୍ ସନ୍ ପ୍ରଥମ ମ୍ୟାଚରେ ଶତକ ଅର୍ଜନ କରିଥିଲେ କିନ୍ତୁ ତାଙ୍କ ପ୍ରାରମ୍ଭିକ ସାଥୀ ଅଭିଷେକ ଶର୍ମାଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି। ଭାରତକୁ ବିଜୟ ଧାରାକୁ ଆଣିବାକୁ ହେଲେ ଦୃଢ଼ ମୂଳଦୁଆର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଆବଶ୍ୟକ ସ୍ଥଳେ ଅଭିଷେକଙ୍କୁ ବିଶ୍ରାମ ଦେଇ ତିଳକ ବର୍ମାଙ୍କୁ ସଂଜୁଙ୍କ ସହ ପାଳି ଆରମ୍ଭ କରିବାକୁ ଏବଂ ରମଣଦୀପ ସିଂହଙ୍କୁ ମଧ୍ୟକ୍ରମରେ ସୁଯୋଗ ମିଳିବା ସମ୍ଭାବନା ରହିଛି। 

 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.