ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବର ଶୀଘ୍ର ବିଚାର ପାଇଁ ଦାବି...

Published By : Prameya-News7 Bureau | December 15, 2024 IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାସ୍ । ଶନିବାର ସଂସଦରେ ଦ୍ବିତୀୟ ଥର ପାଇଁ ୟୁନ୍‌ ସୁକ୍‌ ୟୋଲ୍‌ଙ୍କ ବିରୋଧରେ ମହାଭିଯୋଗ ଆଗତ ହୋଇଥିଲା । ରାଷ୍ଟପତିଙ୍କ ବିରୋଧରେ ୨୦୪ ଖଣ୍ଡ ଭୋଟ୍ ଏବଂ ସମର୍ଥନରେ ମାତ୍ର ୮୫ ଖଣ୍ଡ ଭୋଟ୍ ପଡ଼ିଥିଲା। ସଂସଦରେ ୟୁନିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାସ୍ ହେବା ପରେ  ତାଙ୍କୁ ରାଷ୍ଟ୍ରପତି ପଦରୁ ସେ ନିଲମ୍ବିତ ହୋଇଛନ୍ତି ।  ଏବେ ପ୍ରଧାନମନ୍ତ୍ରୀ ହାନ୍‌ ଡକ୍‌-ସୁ କାର୍ଯ୍ୟକାରୀ  କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇବେ । ସେପଟେ ୟୁନ୍‌ ସୁକ୍‌ ୟୋଲ୍‌ଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବର ବିଚାର କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ।    

ରାଷ୍ଟ୍ରପତି ୟୁନ୍‌ ଡିସେମ୍ବର ୩ ତାରିଖ  ରାତିରେ ଦେଶରେ ମାଶର୍ଲ ଲ’  ଲାଗୁ କରିଥିଲେ । ବିରୋଧୀ ଦଳ ଉତ୍ତର କୋରିଆ ସହ ମିଶି କାମ କରିବା ଓ ଦେଶ  ବିରୋଧୀ ଗତିବିଧିରେ ସାମିଲ ହେବାର  ଅଭିଯୋଗ କରି ଏହି ପଦକ୍ଷେପ ନେଇଥିଲେ ସେ । ତେବେ ଏଥିଯୋଗୁ ପ୍ରବଳ ବିରୋଧର  ସମ୍ମୁଖୀନ ହେବାରୁ ମାତ୍ର ୬ ଘଣ୍ଟା ମଧ୍ୟରେ ତାଙ୍କୁ ନିଜ ନିଷ୍ପତ୍ତିକୁ ବଦଳାଇବାକୁ ପଡ଼ିଥିଲା ।  ସାମରିକ ଆଇନ ପ୍ରତ୍ୟାହାର ହୋଇଥିଲା । 

ଗତ ଶନିବାର ମଧ୍ୟ ତାଙ୍କୁ  ପଦରୁ ହଟାଇବା ଲାଗି ମହାଭିଯୋଗ ପ୍ରସ୍ତାବ ସଂସଦରେ ପାରିତ ହୋଇଥିଲା । କିନ୍ତୁ କିଛି ଭୋଟ୍‌ରେ ତାହା ପାରିତ ହୋଇପାରିନଥିଲା । ୟୁନ୍‌ଙ୍କ ବିରୋଧରେ  ମହାଭିଯୋଗ ପାସ୍‌ ହେବାର ଖବର ସାମ୍ନାକୁ ଆସିବା ପରେ ସଂସଦ ସାମ୍ନାରେ  ପ୍ରଦର୍ଶନକାରୀମାନେ ଆଜି ଖୁସି ପାଳନ କରିଥିଲେ । ବର୍ତ୍ତମାନ ୟୁନ୍‌ଙ୍କ ବିରୋଧରେ   ମହାଭିଯୋଗ ପ୍ରସ୍ତାବକୁ ସାମ୍ବିଧାନିକ କୋର୍ଟରେ ଉପସ୍ଥାପନ କରାଯିବ । ସେଠାରେ ପ୍ରାୟ ୬  ମାସ ଅର୍ଥାତ୍ ୧୮୦ ଦିନ ଧରି ୟୁନ୍‌ ସୁକ୍‌ ୟୋଲ୍‌ଙ୍କ ବିରୋଧରେ ମାମଲା ଚାଲିବ । କୋର୍ଟରେ ନିଜକୁ ସ୍ବଚ୍ଛ ବୋଲି ପ୍ରମାଣ ନକରିପାରିଲେ ତାଙ୍କୁ ବହିଷ୍କାର କରାଯିବ ଏବଂ ଆଗାମୀ ୬୦ ଦିନ ମଧ୍ୟରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.