ଭୁବନେଶ୍ବର ୩୧।୮: ଛତୁଆର ମାନ ଯାଞ୍ଚ ହେବ, ନିମ୍ନମାନର ଧରାପଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ। ଛତୁଆର ମାନ ପରୀକ୍ଷଣ ଲାଗି ଶିଶୁ ମାନଙ୍କୁ ଦିଆଯାଉଥିବା ଛତୁଆର ମାନ ପରୀକ୍ଷଣ ଲାଗି ଗ୍ରାମ ଯାଞ୍ଚ କମିଟି । ମାତୃ କମିଟି ବ୍ୟବସ୍ଥା ଅଛି । ଏମାନେ ଛତୁଆର ମାନକୁ ପରୀକ୍ଷା କରିଥାନ୍ତି । ସୁପରଭାଇଜର ମାନେ ପ୍ରସ୍ତୁତି ବେଳେ ମାନ ଯାଞ୍ଚ କରିଥାନ୍ତି । ବିଧାୟକମାନେ ଛତୁଆର ମାନକୁ ନେଇ ଉଦବେଗ ପ୍ରକାଶ କଲା ପରେ ଛତୁଆର ସାମ୍ପଲ କଲେକ୍ସନ ମାନକୁ ନେଇ ଯାଞ୍ଚ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ, ଗୃହରେ ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଛତୁଆ ଯୋଗାଇବାରେ ଅବହେଳା କରିଥିବା କେତୋଟି ଏଜେନ୍ସୀ ମାନଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି ସୁରମା ପାଢୀ । ଯେଉଁ ଏସଏଚଜି ମାନେ ଏଫଏସଏସଆଇରେ ପଞ୍ଜିକରଣ କରିନାହାନ୍ତି, ଦୃଷ୍ଟିକୁ ଆସିଲେ ଆବଶ୍ୟକ ପଦକ୍ଷେପ ନିଆଯିବ । ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଛତୁଆର ମାନ ଯାଞ୍ଚ କରି ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ଆଖି ତୁ କାନ୍ଦେ ନା ୨୪ ବର୍ଷ ହେଲା ଛତୁଆ ଅଛି । ତା ଇତିହାସ ଦେଖିବେ ଛତୁଆ ବାଲା କୋଟିପତି ସବୁଆଡେ ନିମ୍ନମାନର । ମନ୍ତ୍ରୀ ଦୁଇ ମାସ ହେଲା ଆସିଛନ୍ତି । ସବୁ ଛତୁଆ ବାଲା କାର ଧରି ବୁଲୁଛନ୍ତି । ସିମୁଳିଆ ଓ ଖଇରା ବ୍ଲକରେ ୫୨ ଓ ୪୨ ଜଣ ହେଲପର CDPO ନିଯୁକ୍ତି କରିଛନ୍ତି । ସମସ୍ତଙ୍କ ଠାରୁ ୫୦ ହଜାର ଆଦାୟ କରିଛନ୍ତି । ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ । ୨୪ ବର୍ଷର ଢାଞ୍ଚା ଏବେ ବି ଚାଲିଛି । ସବୁ ପୁରୁଣା ଛତୁଆ ଏଜେନ୍ସ କାଟି ନୂଆ ଦିଅନ୍ତୁ । ପ୍ରଶ୍ନ କଲେ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା । ଉତ୍ତର ରଖିଲେ ମନ୍ତ୍ରୀ ପ୍ରଭାତୀ ପରିଡା । କହିଲେ ଯାଞ୍ଚ ହେବ ଛତୁଆର ମାନ ।
You Can Read: