ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ରଥର ଯାଞ୍ଚ, କଣ୍ଟା ଖସିଯାଇଥିବାରୁ କରାଗଲା ମରାମତି

Published By : Prameya-News7 Bureau | July 11, 2024 IST

ପୁରୀ ୧୧: ନବଦିନାତ୍ମକ ଯାତ୍ରାରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଆଡପ ମଣ୍ଡପରେ ଲୀଳାଖେଳା କରୁଛନ୍ତି । ଗୁରୁବାର ରଥଯାତ୍ରାର ପଞ୍ଚମ ଦିନରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ । ମା’ ମହାଲକ୍ଷ୍ମୀ ଅଭିମାନ କରି ନନ୍ଦିଘୋଷ ରଥ ଭାଙ୍ଗିବେ । ଶୁକ୍ରବାର ତିନି ରଥକୁ ଦକ୍ଷିଣ ମୋଡ କରାଯିବ । ଏଥିପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥର ଯାଞ୍ଚ କରାଯାଇଛି ।

ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ନନ୍ଦିଘୋଷ, ତାଳଧ୍ଵଜ, ଦେବଦଳନ ରଥର ଯାଞ୍ଚ କରାଯାଇଛି । ତେବେ ତିନି ରଥର କିଛି ସ୍ଥାନରେ କଣ୍ଟା ଖସିଯାଇଥିବାରୁ ଏହାର ମରାମତି କରାଯାଇଛି । ଶୁକ୍ରବାର ତିନି ରଥର ଦକ୍ଷିଣ ମୋଡ କରାଯିବା ପରେ ପୁନର୍ବାର ଏହାର ଯାଞ୍ଚ କରାଯିବ ବୋଲି ମୁଖ୍ୟ ବିଶ୍ଵକର୍ମା କହିଛନ୍ତି ।

You Can Read:

ଆକ୍ଟିଭ ମୁ଼ଡ୍‌ରେ ଛତ୍ରପୁର ବିଧାୟକ : ଆହାର କେନ୍ଦ୍ରରେ ଖାଇଲେ, ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରି ମାନ ପରଖିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.