ନୂଆଦିଲ୍ଲୀ: କଂଗ୍ରେସ ଭିତରେ ସାଂସଦ ଶଶିଥରୁର କୋଣଠେସା । AICC ସହ ସମ୍ପର୍କ ଠିକ୍ ନଥିବା ସୂଚନା । ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ଶଶି ଥରୁରଙ୍କ ବିରୋଧରେ କୁଟନୈତିକ ନୀତି ଆପଣାଇବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ ସମୟରେ ଶଶି ଥରୁର କେରଳର ଥିରୁଅନନ୍ତପୁରମ ଲୋକସଭା ଆସନରୁ ସାଂସଦ ଅଛନ୍ତି । ପାର୍ଟି ପ୍ରତି ଅସନ୍ତୁଷ୍ଟ ଥିବା ବରିଷ୍ଠ ସାଂସଦଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଲୋଚନା କରିବା ବଦଳରେ ତାଙ୍କର କୌଣସି ପ୍ରକାରର ଅଭିଯୋଗକୁ ଶୁଣିବାକୁ ନାଁ କରି ଦେଇଛନ୍ତି ।
ସୂଚନା ଅନୁଯାୟୀ, କଂଗ୍ରେସ ପାର୍ଟିରେ ସାଂସଦଙ୍କ ରୋଲକୁ ନେଇ ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରିଥିଲେ ଥିରୁଅନନ୍ତପୁରମ୍ ସାଂସଦ । ଦଳରେ ନିଜର ଭୂମିକା ସ୍ପଷ୍ଟ କରିବାକୁ ସେ ରାହୁଲଙ୍କୁ କହିଥିଲେ । ହେଲେ AICC ଏବେ ଶଶି ଥରୁରଙ୍କ ବିରୋଧରେ ନରମ ମନୋଭାବ ଆପଣାଇବାକୁ ଇଚ୍ଛା ପ୍ରକାଶ କରିନାହିଁ । କିଛି ଦିନ ପୂର୍ବରୁ ଦିଲ୍ଲୀ ପାର୍ଟି ମୁଖ୍ୟାଳୟରେ ଶଶିଥରୁରଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ପାର୍ଟି ଭିତରେ ତାଙ୍କୁ କୋଣଠେସା କରାଯାଉଥିବାରୁ ଏହାକୁ ନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ତାଙ୍କର କୌଣସି ପ୍ରକାର ପ୍ରତିବଦ୍ଧତାକୁ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଯାହାକୁ ନେଇ ସ୍ପଷ୍ଟ ଭାବେ ବାରିହେଉଯାଉଛି ଯେ, କେରଳର ଏହି ବରିଷ୍ଠ ସାଂସଦ କଂଗ୍ରେସ ପାର୍ଟି ମଧ୍ୟରେ କୋଣଠେସା ହୋଇଯାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଯାତ୍ରା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହିତ ସାକ୍ଷାତ ମୁଦ୍ଦା ଉପରେ ପାର୍ଟିର ଆଭିମୁଖ୍ୟ ଠାରୁ ଶଶିଥରୁର ହଟିବା ନେଇ AICC ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଛି । ଏହାଛଡ଼ା ତାଙ୍କ ଦ୍ବାରା ଏନଲଡିଏଫ ସରକାରଙ୍କ ଅଦ୍ୟୋଗ ବିକାଶକକୁ ନେଇ ‘ସ୍ତମ୍ଭ’ ଲେଖାରେ ପ୍ରଶଂସା କରିବାକୁ ନେଇ ପାର୍ଟି ଭିତରେ ଅସନ୍ତୋଷ ଦେଖା ଦେଇଥିଲା । ଏହାପରେ ଆଲ୍ ଇଣ୍ଡିଆ ପ୍ରୋଫେସନାଲ କଂଗ୍ରେସର ପ୍ରଭାରୀ ପଦରୁ ତାଙ୍କୁ ହଟାଇ ଦିଆଯାଇଛି, ଯାହାକୁ ଶଶିଥରୁର ନିଜେ ଗଠନ କରିଥିଲେ ।