ଭୁବନେଶ୍ୱର ୦୬/୦୬: ରାଜ୍ୟରେ ୧୨୦୫ ଜଣ ନୂଆ ଡାକ୍ତର ନିଯୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ପତ୍ର ଦେବା ସହିତ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାରେ ଚଳିତ ବର୍ଷ ସମସ୍ତ ଡାକ୍ତର ପଦବୀ ପୂରଣ ହେବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତରମାନେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ନବୀନ ସ୍ୱାଗତ କରିଛନ୍ତି। ଏହା ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜଭୁତ କରିବା ସହିତ ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଆପଣମାନଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
{"id":799374,"sizeSlug":"full","linkDestination":"none"}ଖବର ଅନୁସାରେ, ୨୦୨୨ରେ ୪ ହଜାର ୫୦୦ ଚିକିତ୍ସାଧିକାରୀ ନିଯୁକ୍ତି ପାଇଛନ୍ତି। ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଏମବିବିଏସ ପଦବୀ ପୂରଣ ହେବ। ୨୦୨୪ରୁ ଓଡ଼ିଶା ବଳକା ଡାକ୍ତର ରାଜ୍ୟ ଭାବେ ପରିଗଣିତ ହେବ। ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଉଛି। ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏହା ସକ୍ଷମ ହୋଇଛି। ଏଥିପାଇଁ ୨୨୫ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ ହେଉଛି।
ଏହାସହ ବିପର୍ଯ୍ୟୟ ସମୟରେ ଓଡ଼ିଶାର ଯେଉଁ ଡାକ୍ତରମାନେ ସହଯୋଗ କରିଛନ୍ତି ନବୀନ ସେମାନଙ୍କୁ ପ୍ରଶଂସା କରିଛନ୍ତି। ସେମାନଙ୍କ ସହଯୋଗ ପାଇଁ ଅନେକଙ୍କ ଜୀବନ ବଞ୍ଚିଲା। ରକ୍ତ ଦାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାତ୍ୟା ପରିଚାଳନା ଏକ ଲମ୍ୱା ପରିଚଳନା, କରୋନା ପରିଚାଳନା ଏକ ମଧ୍ୟମ ପରିଚାଳନା ପରେ ଏବେ ହଠାତ ସଙ୍କଟକୁ ମଧ୍ୟ ଆମେ ପରିଚାଳନା କରିବାରେ ସକ୍ଷମ ବୋଲି ନବୀନ କହିଛନ୍ତି। ସୂଚନା ଥାଉକି, ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
wp:heading {"level":4}