ମଧ୍ୟରାତ୍ରରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ପାରାଦୀପ ଓ ଧାମରା ବନ୍ଦରକୁ ୧୦ନମ୍ବର ବିପଦ ସଙ୍କେତ

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର ୨୪/୧୦: ଆଜି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଦାନା । ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ଦାନା । ଧାମରା-ଭିତରକନିକା ନିକଟରେ ଲ୍ୟାଣ୍ଡଫଲ୍ । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ପବନ । 

୨୦୦କିମି ଗୋଲେଇରେ ମାଡି ଆସୁଛି ବାତ୍ୟା । ଘଣ୍ଟାପ୍ରତି ୧୫ କିମି ବେଗରେ ଅଗ୍ରସର ହେଉଛି । ପାରାଦୀପ ଓ ଧାମରା ବନ୍ଦରକୁ ୧୦ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସମୁଦ୍ରରେ ୨ମିଟର ଉଚ୍ଚ ଜୁଆର ଉଠିବା ସମ୍ଭାବନା । ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି । 

ସୂଚନା ଥାଉକି, ବାତ୍ୟା ଦାନା ପ୍ରଭାବରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଭୋଗରାଇ ଓ ପଶ୍ଚିମବଙ୍ଗ ଦୀଘାରେ ହାଇଆଲଟ । ଝିପିଝିପି ବର୍ଷା ସାଙ୍ଗକୁ ପବନ ମଧ୍ୟ ଧୀରେ ଧୀରେ ବେଗ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତି ଦେଖି ଉପକୂଳ ବାସୀ ମାନେ ଭୟତିବ ଥିବା ବେଳେ ବ୍ଲକ ପ୍ରଶାସନ ୬୦୦ ରୁ ଉର୍ଦ୍ଧ ଲୋକଙ୍କୁ ସ୍ଥାନାନ୍ତରିତ କରିସାରିଲେଣି । ଦୀଘା ଏବଂ ଭୋଗରାଇ ରେ ଗୋଟିଏ ଲେଖାଏଁ NDRF ଟିମକୁ ନିଯୋଜିତ କରାଯାଇଛି ।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.