କଟକ ୧୯।୧୨: ଅଦାଲତି ମାମଲାରେ ଫସିବାକୁ ଯାଉଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରଫେସର ବିଜୟାଲକ୍ଷ୍ମୀ ଦାସ । ନିର୍ବାଚନୀ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗ ନେଇ ତାଙ୍କ ବିରୁଦ୍ଧରେ ଏତଲା ଦାୟର ହୋଇଛି । ଏତଲା ଦେଇଛନ୍ତି ଖୋଦ୍ କଟକ ଜିଲ୍ଲାପାଳ । ତେବେ ଏହାକୁ କେନ୍ଦ୍ରକରି କଟକ ଜିଲ୍ଲା ଛାତ୍ର କଂଗ୍ରେସ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଲାଣି । ସଂଗଠନ ଅଭିଯୋଗ କରିଛି ଯେ, ପ୍ରଫେସର ବିଜୟାଲକ୍ଷ୍ମୀ ପୂର୍ବରୁ ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ଅଛନ୍ତି, ସରକାରୀ ଦଳକୁ ଢାଲ କରି ସେ ବାରମ୍ବାର ଆଇନ ଉଲଂଘନ କରିଛନ୍ତି, ତେଣୁ ତାଙ୍କ ବିରୁଦ୍ଧରେ ପ୍ରଥମେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ସେଯାଏଁ ତାଙ୍କୁ ସମସ୍ତ ସରକାରୀ କାର୍ଯ୍ୟରୁ ବାଦ୍ ଦିଆଯାଉ ବୋଲି ଛାତ୍ର କଂଗ୍ରସ ଦାବି କରିଛି ।
You Can Read: