ନୂଆଦିଲ୍ଲୀ ୦୫।୧୦: ବିଭାଜନ ହେବ ଗୋଦ୍ରେଜ୍ କମ୍ପାନୀ । ୧୨୬ ବର୍ଷ ପୁରୁଣା କମ୍ପାନୀ ଏବେ ଭାଗ ଭାଗ ହେବାକୁ ଯାଉଛି । ସ୍ବାଧିନତାର ୫୦ ବର୍ଷ ପୂର୍ବରୁ ଏକ ଛୋଟିଆ ଗୋଦାମରୁ ଆରମ୍ଭ ହୋଇଥିଲା ବ୍ୟବସାୟ । ଏମିତିକି ଇଂଲଣ୍ଡରୁ ତିଆରି ତାଲା ମଧ୍ୟ ଗୋଦ୍ରେଜ୍ ଆଗରେ ପଡିଥିଲା ଫିକା । ଯେତେବେଳେ ମୁମ୍ବାଇରେ ଚୋରି ସଂଖ୍ୟା ବଢିଥିବାର ଖବର ପ୍ରତିଦିନ ଖବରକାଗଜରେ ହେଉଥିଲା ହେଡଲାଇନ୍ । ଆଉ ଏହି ଠାରୁ ହିଁ ଆସିଥିଲା ଆଇଡିଆ । ଓକିଲାତି ଛାଡି ଆରମ୍ଭ କରିଥିଲେ ବ୍ୟବସାୟ । ଏମିତିକି ନେବାକୁ ପଡିଥିଲା ୩୦୦୦ ଟଙ୍କାର ଋଣ ।
{"id":853064,"sizeSlug":"full","linkDestination":"none"}ଘରେ ଘରେ ପରିଚିତ ଗୋଦ୍ରେଜ୍ । କମ୍ପାନୀ ପ୍ରଥମେ ତାଲା ତିଆରି ଆରମ୍ଭ କରିଥିଲା । ଏହା ପରେ ଆଲ୍ମିରା ଏବଂ ସାବୁନ୍ ତିଆରି କରିବା ଆରମ୍ଭ କରିଥିଲା କମ୍ପାନୀ । ଦେଶର ଅନ୍ୟତମ ପୁରାତନ କମ୍ପାନୀ ନିଜର ମଜବୁତି ଏବଂ ନିର୍ଭରଯୋଗ୍ୟତା ପାଇଁ ପରିଚିତ । ଗୋଦ୍ରେଜର ବ୍ୟବସାୟ ଯାତ୍ରା ଯେତିକି ଲମ୍ବା ସେତିକି ରୋଚକର ମଧ୍ୟ । ଏକ ଛୋଟିଆ ଗୋଦାମରୁ ଆରମ୍ଭ ହୋଇଥିଲା ବ୍ୟବସାୟର ଯାତ୍ରା ।
{"id":853065,"width":838,"height":628,"sizeSlug":"full","linkDestination":"none"}ପ୍ରତିଷ୍ଠାତା ହେଉଛନ୍ତି ଆରଦେସିର୍ ଗୋଦ୍ରେଜ୍ । ମୁମ୍ବାଇରେ ଚୋରି ବଢିବାରୁ ମୁଣ୍ଡକୁ ଆସିଥିଲା ଆଇଡିଆ । ୭ ମଇ ୧୮୯୭ରେ ଆରମ୍ଭ କରିଥିଲେ କମ୍ପାନୀ । ସେ ଏମିତି ଏକ ଶକ୍ତିଶାଳୀ ତାଲା ତିଆରି କଲେ ଯାହା ସାରା ବିଶ୍ବରେ ହୋଇଥିଲା ଲୋକପ୍ରିୟ । ଏହି ବ୍ରାଣ୍ଡ ଏତେ ଲୋକପ୍ରିୟ ଥିଲା ଯେ ଇଂଲଣ୍ଡ ରାଣୀ ମଧ୍ୟ ଭାରତ ଗସ୍ତ ସମୟରେ କମ୍ପାନୀର ଗୋଟିଏ ଉତ୍ପାଦକୁ ବ୍ୟବହାର କରିଥିଲେ । କେବଳ ଏତିକି ନୁହେଁ, ଏହି କମ୍ପାନୀକୁ ଆନି ବେସାନ୍ତ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କ ପରି ମହାନ ବ୍ୟକ୍ତିଙ୍କର ରହିଥିଲା ସମର୍ଥନ ।
{"id":853066,"width":838,"height":472,"sizeSlug":"full","linkDestination":"none"}ଆରଦେସିର୍ଙ୍କର ଆଗ୍ରହ ଥିଲା ଓକିଲ ହେବା ପାଇଁ । ଏଥିପାଇଁ ସେ ପୂର୍ବ ଆଫ୍ରିକା ଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ମନ ଲାଗି ନଥିଲା । ସେ ଫେରି ଆସି ଏକ ମେଡିକାଲ ଦୋକାନରେ ଆସିଷ୍ଟାଣ୍ଟ ଭାବରେ କାମ କରିଥିଲେ । ଏଠାରେ ହିଁ ସର୍ଜିକାଲ୍ ଇନ୍ସଟ୍ରୁମେନ୍ଟ ତିଆରି କରିବାକୁ ଚିନ୍ତା କରିଥିଲେ । ଏଥିପାଇଁ ସେ ୩୦୦୦ ଟଙ୍କା ଋଣ ମଧ୍ୟ ଆଣିଥିଲେ । ପରେ ସେ ଏକ ବ୍ରିଟିଶ କମ୍ପାନୀ ପାଇଁ ସର୍ଜିକାଲ୍ ଯନ୍ତ୍ର ତିଆରି କରିବାର ଅର୍ଡର ପାଇଥିଲେ ।
{"id":853067,"sizeSlug":"full","linkDestination":"none"}ଆରଦେସିର୍ଙ୍କ ସର୍ଜିକାଲ୍ ଇନ୍ସଟ୍ରୁମେନ୍ଟ ତିଆରି କରୁଥିଲେ ଏବଂ ବ୍ରିଟିଶ କମ୍ପାନୀ ସେଗୁଡିକୁ ବିକ୍ରି କରୁଥିଲେ । କିନ୍ତୁ ଏହି ଉତ୍ପାଦଗୁଡିକର ବ୍ରାଣ୍ଡିଂକୁ ନେଇ ବିବାଦ ଦେଖାଦେଇଥିଲା । ଆରଦେସିର୍ ଚାହୁଁଥିଲେ ତାଙ୍କ ଉତ୍ପାଦରେ ମେଡ୍ ଇନ୍ ଇଣ୍ଡିଆ ଟ୍ୟାଗ୍ ରହୁ କିନ୍ତୁ ବ୍ରିଟିଶ ମାନେ ଏଥିରେ ରାଜି ହୋଇନଥିଲେ । ଏହାକୁ ନେଇ ବିବାଦ ତୀବ୍ର ହୋଇଥିଲା ।
{"id":853068,"width":839,"height":472,"sizeSlug":"full","linkDestination":"none"}ଏହାପରେ ସେ ୧୮୯୭ରେ ଆରମ୍ଭ କରିଥିଲେ ଗୋଦ୍ରେଜ୍ କମ୍ପାନୀ । କମ୍ପାନୀ ତାଲା ତିଆରି କରିବା ପରେ ୧୯୨୩ରେ ଆରମ୍ଭ କରିଥିଲେ ଆଲମିରା ତିଆରି କରିବା । ଗୋଦ୍ରେଜ୍ ତାଲା, ଆଲମିରା ତିଆରି କରିବା ପରେ ସାବୁନ୍ ମଧ୍ୟ ତିଆରି କରିଥିଲେ । ପଶୁଚର୍ବି ବିନା ଏହା ଦୁନିଆର ପ୍ରଥମ ସାବୁନ୍ ଥିଲା । ଆଜି କମ୍ପାନୀ ଅନେକ ଉତ୍ପାଦ ତିଆରି କରୁଛି । ଯାହା ବେଶ୍ ଲୋକପ୍ରିୟ ।
wp:html /wp:html