ନୂଆଦିଲ୍ଲୀ: ଆଜିର ସମୟରେ ଡାଇବେଟିସ୍ ଏକ ସାଧାରଣ ରୋଗ ପାଲଟିଗଲାଣି । ଏହି ରୋଗରେ ଆକ୍ରାନ୍ତ ଲୋକଙ୍କୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଖୁବ୍ ଜରୁରୀ ହୋଇଥାଏ। ଡାଇବେଟିସ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଦ୍ୟପେୟ ଠାରୁ ଆରମ୍ଭ କରି ଠିକ୍ ଜୀବନଶୈଳୀ ଅବଲମ୍ବନ କରିବା ନିହାତି ଆବଶ୍ୟକ। ଏମିତିରେ ଡାଇବେଟିସ ରୋଗୀଙ୍କୁ ନିୟମିତ ଭାବରେ ରକ୍ତ ଶର୍କରା ଯାଞ୍ଚ କରିବାକୁ ମଧ୍ୟ ପଡ଼ିଥାଏ।ହେଲେ ଅନେକ ରୋଗୀଙ୍କୁ ବଡ଼ ଚିନ୍ତା ଥାଏ, ଟେଷ୍ଟ ପାଇଁ ରକ୍ତ ନମୁନା ନେବା ପାଇଁ ଆଙ୍ଗୁଠିରେ ଛୁଞ୍ଚି ଫୋଡ଼ିବା ସମୟରେ ହେଉଥିବା ଯନ୍ତ୍ରଣା। କାରଣ ଏହା ଅନେକ ଲୋକଙ୍କ ପାଇଁ ସହଜ ନଥାଏ। ତେବେ ଆଜି ଆମେ ଏହି ରକ୍ତ ଶର୍କରା ପରୀକ୍ଷା ଉପରେ କିଛି କଥା ଜାଣିବା। କିପରି କମ୍ ଯନ୍ତ୍ରଣାରେ କରିହେବ ଟେଷ୍ଟ।
ବରିଷ୍ଠ ଡାଇବେଟିସ ଡାକ୍ତର ଏବଂ ଜଣେ ଅଭିଜ୍ଞ ଏଣ୍ଡ୍ରୋକ୍ରିନୋଲୋଜିଷ୍ଟ ଡ. ରୋଶନି ସଂଘାନୀ କହିଛନ୍ତି, ଅନେକ ଲୋକ ରକ୍ତ ଶର୍କରା ପରୀକ୍ଷାବେଳେ ଭୁଲ କରୁଛନ୍ତି। ସେ କୁହନ୍ତି ଆମ ଆଙ୍ଗୁଠି ଖୁବ୍ ସମ୍ବେଦନଶୀଳ। ଏହା ଆମକୁ ଦୁନିଆର କୌଣସି ଜିନିଷ ଚିହ୍ନିବାରେ ସହାୟକ ହୋଇଥାଏ।। କିନ୍ତୁ ରକ୍ତ ଶର୍କରା ପରୀକ୍ଷା ପାଇଁ ରକ୍ତ ସାମ୍ପୁଲ ନେବା ସମୟରେ ଛୁଞ୍ଚିକୁ ଆଙ୍ଗୁଠିର ମଝିରେ ଫୋଡ଼ିବାକୁ ପଡ଼ିଥାଏ। ଏହା ବେଶ୍ କଷ୍ଟକର ହୋଇଥାଏ।
ଏମିତିରେ ଡା. ରୋଶନି ଏକ ସହଜ ଉପାୟ ବତାଇଛନ୍ତି। ସେ କହିଛନ୍ତି ଆମକୁ ଆମ ପାପୁଲିକୁ ଏକାଠି କରି ନମସ୍କାର ମୁଦ୍ରା କରିବାର ଅଛି। ଏଭଳି କରିବା ପରେ ଆମ ଆଙ୍ଗୁଠିର ଧାର ବା ପାର୍ଶ୍ବ ଦେଖାଯିବ। ଆଉ ସେଠାରେ ଛୁଞ୍ଚି ଫୋଡ଼ିବା କମ୍ ଯନ୍ତ୍ରଣାଦାୟକ ହୋଇଥାଏ।
ତେବେ ଆଗକୁ ଯେତେବେଳେ ଆପଣ ରକ୍ତ ଶର୍କରା ଯାଞ୍ଚ କରିବାକୁ ଯାଉଛନ୍ତି ତେବେ ଏହି ଉପାୟ ନିଶ୍ଚୟ ଆପଣାନ୍ତୁ। ଏହାଦ୍ବାରା ଆପଣଙ୍କୁ ଯନ୍ତ୍ରଣା ମଧ୍ୟ ଖୁବ୍ କମ୍ ହେବ। ଆଉ ଏହି ଛୋଟିଆ ପରିବର୍ତ୍ତନ ବେଶ୍ ସୁବିଧା ହେବ। ଏହା ବାଦ୍ ସେ ଆହୁରି କହିଛନ୍ତି ଯଦି ଏ ପ୍ରକ୍ରିୟାକୁ ମଧ୍ୟ ଆପଣ ଚାହୁନାହାଁନ୍ତି ତେବେ ଗ୍ଲୁକୋଜ ମନିଟର ବା ସିଜିଏମ ବ୍ୟବହାର କରିପାରିବେ। ଏହା ଲଗାତାର ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ମନିଟର କରୁଥାଏ।