୪୦ ବର୍ଷ ପରେ ମହିଳାଙ୍କ ପାଇଁ ସୁପରଫୁଡ, ଜାଣନ୍ତୁ ଏହାର ଉପକାରୀତା

Published By : Prameya-News7 Bureau | November 08, 2024 IST

ମୁମ୍ଵାଇ ୦୮।୧୧; ୪୦ ବର୍ଷ ଅତିକ୍ରମ କରିବା ପରେ ମହିଳାଙ୍କଠାରେ ବିଭିନ୍ନ ସମସ୍ୟା ଦେଖିବାକୁ  ମିଳିଥାଏ । ପୁରୁଷ ଓ ମହିଳା ଉଭୟଙ୍କର ସ୍ୱାସ୍ଥ୍ୟ ଆବଶ୍ୟକତା ଭିନ୍ନ ଭିନ୍ନ ।  ଯେପରିକି ପୁରୁଷଙ୍କ ପ୍ରମୁଖ ଚିନ୍ତା ପ୍ରୋଷ୍ଟେଟ୍‌, ହୃଦୟ ଓ ଟେଷ୍ଟୋଷ୍ଟ୍ରେରନ୍‌  ସ୍ତରକୁ ନେଇ ହୋଇଥାଏ । କିନ୍ତୁ ମହିଳାଙ୍କ ସମସ୍ୟା ଅନିୟମିତ ଋତୁସ୍ରାବ,  ଅଷ୍ଟିଓପୋରୋସିସ୍‌ କିମ୍ବା ପ୍ରଜନନ ସହ ଆହୁରି ଅନେକ ଚ୍ୟାଲେଞ୍ଜ । ପୋଷକ  ତତ୍ତ୍ୱରେ ଭରା ଅନେକ ପ୍ରକାରର ପ୍ରାକୃତିକ ଜିନିଷ ବିଷୟରେ ଆପଣ ଶୁଣିଥିବେ ।   କିନ୍ତୁ ସଜନା ବିଷୟରେ ଜାଣନ୍ତି କି?  ସଜନାର ବହୁ ଉପକାରୀ ଗୁଣ ରହିଛି । ସେଥିପାଇଁ ତ ସଜନାକୁ ୪୦ ପରେ  ମହିଳାଙ୍କ ସୁପରଫୁଡ୍‌ ବୋଲି କୁହାଯାଏ ।  

ଭିଟାମିନ୍‌ ଏବଂ ମନେରାଲ୍‌ରେ ଭରା: ସଜନା ଶାଗ ବା ପାଉଡର  ଭିଟାମିନ୍ସ ଓ ମିନେରାଲ୍ସରେ ଭରା ପ୍ରାକୃତିକ ଉପାଦାନ। ଏହା ପ୍ରୋଟିନ୍‌, ଆଇରନ୍‌,  କ୍ୟାଲ୍‌ସିୟମ୍‌, ମ୍ୟାଗ୍‌ନେସିୟମ୍‌, ଭିଟାମିନ୍‌-ସି, ବି ଓ ପୋଟାସିୟମ୍‌ରେ ସମୃଦ୍ଧ ।  

ଜଳ ପ୍ରତିରୋଧକ: ଏହା ଜଳ ପ୍ରତିରୋଧକ ଭାବେ କାମ କରିଥାଏ।  ଓଜନ କମାଇବାର ଭଲ ବିକଳ୍ପ । ଏକ ପ୍ରାକୃତିକ ମୁତ୍ରବର୍ଦ୍ଧକ । ଶରୀରର ବିଷାକ୍ତ   ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ ସଜନା।  

କେଶ ଓ ତ୍ୱଚା ପାଇଁ: ସଜନା ପାଉଡର ଭିଟାମିନ୍‌ ଇ, ବି, ଏ ଏବଂ ଜିଙ୍କ୍‌ରେ  ଭରା। ଏସବୁ ପୋଷକ ତତ୍ତ୍ୱ କେଶ ଓ ତ୍ୱଚା ପାଇଁ ଖୁବ୍‌ ଉପକାରୀ । 

ପିସିଓଡି ସମସ୍ୟା ପାଇଁ: ଇନସୁଲିନ୍‌ ପ୍ରତିରୋଧରୁ ରକ୍ଷା କରିଥାଏ।  ପିସିଓଡି ଆଜିକାଲି ପ୍ରାୟ ମହିଳାଙ୍କ ପ୍ରମୁଖ ସମସ୍ୟା ହୋଇପଡିଛି । ଏମାନଙ୍କ  ପାଇଁ ସଜନା ଭଲ ବିକଳ୍ପ।  

ମେନୋପଜ୍‌ର ଲକ୍ଷଣ କମ୍‌ କରେ: ମେନୋପଜ୍‌ ଲକ୍ଷଣକୁ କମ୍‌  କରିଥାଏ ସଜନା ପାଉଡର । କାରଣ ଏହା ଆଇରନ୍‌, କ୍ୟାଲସିୟମ୍‌, ଭିଟାମିନ୍‌-ଏ  ଓ ଭିଟାମିନ୍‌-ସି’ରେ ଭରା, ଯାହା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିଥାଏ ।  

ହାଡ଼କୁ ମଜଭୁତ କରେ: ସଜନା କ୍ୟାଲସିୟମ୍‌ ଓ ଫସ୍‌ଫରସ୍‌ରେ ଭରା। ତେଣୁ ଏହା ଅଷ୍ଟିଓପୋରୋସିସ୍‌କୁ ରୋକିବାରେ ସହଯୋଗ କରିଥାଏ । 

ଚିନ୍ତାକୁ ଦୂରାଏ: ସଜନା ପାଉଡର ମୁଡ୍‌ରେ ସୁଧାର ଆଣିବା ସହ ଚିନ୍ତାଠାରୁ  ଦୂରେଇ ରଖେ । ମ୍ୟାଗ୍‌ନେସିୟମ୍‌, ଭିଟାମିନ୍‌ ଏ,ବି,ସି,ଇ, ଓ ପୋଟାସିୟମ୍‌ରେ ଭରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.