ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳାବଜାରୀ ଓ ମହଜୁଦକାରୀଙ୍କ ଉପରେ ନଜର ରଖିବାକୁ ଯୋଗାଣ ମନ୍ତ୍ରୀଙ୍କ ପରାମର୍ଶ

Published By : Prameya-News7 Bureau | October 20, 2024 IST

ଭୁବନେଶ୍ବର ୨୦।୧୦: ଆସନ୍ତା ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା । ଅକ୍ଟୋବର ୨୪ ତାରିଖ ସକାଳ ସୁଦ୍ଧା ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି ବୋଲି IMD ପକ୍ଷରୁ ସୂଚନା ଜାରି ହୋଇଛି । ୨୨ ତାରିଖ ସକାଳ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବାର ପୂର୍ବାନୁମାନ କରାଯାଇଛି । ଯାହା ୨୩ ତାରିଖ ସୁଦ୍ଧା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । 

ତେବେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନଜରରେ ରଖି କଳାବଜାରୀ ଓ ମହଜୁଦକାରୀଙ୍କ ଉପରେ ନଜର ରଖିବା ପାଇଁ ପ୍ରଶାସନ ଓ ଯୋଗାଣ ବିଭାଗକୁ ପରାମର୍ଶ ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ କିଛି ଅସାଧୁ ବ୍ୟବସାୟୀ ଓ ବ୍ୟକ୍ତି ତାର ଫାଇଦା ଉଠାଇବାକୁ ଚାହାନ୍ତି । ଏଥିପ୍ରତି ଜିଲ୍ଲାପାଳ ଓ ଯୋଗାଣ ବିଭାଗ ସତର୍କ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

You Can Read:

ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ତୀବ୍ରତା ଓ ଗତିପଥ ସ୍ପଷ୍ଟ ହେବ, ୨୩ରୁ ଉପକୂଳ ଓଡ଼ିଶା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ମନୋରମା ମହାନ୍ତି

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.