ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ତୀବ୍ରତା ଓ ଗତିପଥ ସ୍ପଷ୍ଟ ହେବ, ୨୩ରୁ ଉପକୂଳ ଓଡ଼ିଶା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ମନୋରମା ମହାନ୍ତି

Published By : Prameya-News7 Bureau | October 20, 2024 IST

ଭୁବନେଶ୍ବର ୨୦।୧୦: ଆସୁଛି ବାତ୍ୟା । ୨୪ ତାରିଖରେ କରିପାରେ ଲ୍ୟାଣ୍ଡଫଲ୍ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯାଇଛି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟା ତୀବ୍ରତା ଓ ଗତିପଥ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ରଖିଛନ୍ତି । ତେବେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକାଙ୍କ ଅନୁସାରେ ଆସନ୍ତା ୨୩ ତାରିଖରୁ ଉପକୂଳ ଓଡ଼ିଶା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି ।

ସେପଟେ ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା । ଅକ୍ଟୋବର ୨୪ ସକାଳ ସୁଦ୍ଧା ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି ବୋଲି IMD ପକ୍ଷରୁ ସୂଚନା ଜାରି ହୋଇଛି । ୨୨ ତାରିଖ ସକାଳ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବାର ପୂର୍ବାନୁମାନ କରାଯାଇଛି। ଯାହା ୨୩ ତାରିଖ ସୁଦ୍ଧା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। 

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବାର ପୂର୍ବାନୁମାନ କରାଯାଇଛି। ବାତ୍ୟା ରୂପ ନେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ। ସମ୍ଭାବ୍ୟ ବାତ୍ୟା ବର୍ତ୍ତମାନ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଇ ଶକ୍ତିଶାଳୀ ହେଇଛି ଘୂର୍ଣ୍ଣିବଳୟ। କ୍ରମଃଶ ଏହା ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ୨୧ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। 

ଏହା ଉତ୍ତରପଶ୍ଚିମ ଦିଗରେ ମୁହାଁଇ ୨୩ ତାରିଖ ବେଳକୁ ନେବ ଅବପାତର ରୂପ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ଲଘୁଚାପ ପ୍ରଭାବରେ ୨୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବାନେଇ ଆକଳନ କରାଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୪ ଓ ୨୫ରେ ଅଧିକ ବର୍ଷା ହେବ। ଏପରିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି ଉପକୂଳ ଓଡ଼ିଶାରେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି ।

 You Can Read:

ଆସନ୍ତା ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା, ୨୪ରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.