ଆସନ୍ତା ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା, ୨୪ରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ

Published By : Prameya-News7 Bureau | October 20, 2024 IST

ଭୁବନେଶ୍ୱର ୨୦।୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର। ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା । ଅକ୍ଟୋବର ୨୪ ସକାଳ ସୁଦ୍ଧା ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି । IMD ପକ୍ଷରୁ ସୂଚନା ଜାରି ହୋଇଛି । ଏନେଇ ସର୍ତକ କରାଇଲେ ସ୍ବତନ୍ତ୍ର ରିଲିଫ କିମିଶନର।

ସୂଚନା ମୁତାବିକ, ସମ୍ଭାବ୍ୟ ବାତ୍ୟା ବର୍ତ୍ତମାନ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେବଳ ଗୋଟାଇ ଶକ୍ତିଶାଳୀ ହେଇଛି ଘୂର୍ଣ୍ଣିବଳୟ। କ୍ରମଃଶ ଏହା ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର  ଓ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା  ୨୧ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି  ହେବ । ଏହା ଉତ୍ତର ପଶ୍ଚିମ ଦିଗରେ  ମୁହାଁଇ ୨୩ ତାରିଖବେଳକୁ ନେବ  ଅବପାତ (ଡିପ୍ରେସନ୍‌) ରୂପ । ଏହି  ପୂର୍ବାନୁମାନ ଦେଖାଇଛି ଭାରତୀୟ  ପାଣିପାଗ ବିଭାଗ । ଏନେଇ ସର୍ତକ କରାଇଲେ ଏସ୍‌ଆର୍‌ସି। ଏଥି ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି।

ତେବେ ୨୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୪ ଓ ୨୫ରେ ଅଧିକ ବର୍ଷା ହେବ । ଏପରିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି ଉପକୂଳ ଓଡ଼ିଶାରେ ।

You Can Read:

ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ୨୧ରେ ଲଘୁଚାପ, ୨୩ରୁ ପ୍ରବଳ ବର୍ଷା, ବାତ୍ୟା ଚିତ୍ର ମଙ୍ଗଳବାର ସ୍ପଷ୍ଟ କରିବ IMD


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.