‘ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପ୍ରଭାବ ନାହିଁ, ୨୨ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ’- IMD ଡ଼ିଜି

Published By : Prameya-News7 Bureau | October 19, 2024 IST

ଭୁବନେଶ୍ବର ୧୯।୧୦: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ।  କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ଲଘୁଚାପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ପାଣିପାଗ ବିଭାଗ ଡ଼ିଜି ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ବର୍ତ୍ତମାନ ଓଡ଼ିଶାକୁ ବାତ୍ୟା ଭୟ ନାହିଁ । ଏହାକୁ ନେଇ ଚିତ୍ର ୨୧ ତାରିଖରେ ସ୍ପଷ୍ଟ ହୋଇଯିବ । କେନ୍ଦ୍ରୀୟ ଆଣ୍ଡାମାନ ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨୧ ତାରିଖ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ଆଣ୍ଡମାନ ସାଗରରେ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଛି । ଏହାପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୩ ତାରିଖ ପାଖାପାଖି କେନ୍ଦ୍ରୀୟ ବଙ୍ଗୋପସାଗରରେ  ଏକ ଅବପାତରେରେ ପରିଣତ ହେବାର ସମ୍ଭାବନା ରହିଛି । ତେଣୁ ଏହା ପ୍ରଭାବରେ ଆଣ୍ଡମାନ ସାଗରରେ ମେଘ ଖଣ୍ଡ ଗୁଡ଼ିକ କେନ୍ଦ୍ରୀଭୂତ ହେଉଛନ୍ତି । ବର୍ତ୍ତମାନ ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ ।  

ସେ ଆହୁରି କହିଛନ୍ତି ଯେ, ଆମର ପୂର୍ବାନୁମାନ ୨୩ରୁ ୨୫ ତାରିଖ ଭିତରେ ଓଡ଼ିଶାରେ ଏହା ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇପାରେ । ୨୪ ଏବଂ ୨୫ ତାରିଖରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେଉଁ ଜିଲ୍ଲାରେ କେତେ ପରିମାଣରେ ବର୍ଷା ହେବ ତାର ସଠିକ୍ ଅନୁମାନ ଏହା ଲଘୁଚାପରେ ପରିଣତ ହେବା ପରେ କରାଯାଇପାରିବ । ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ମତ୍ସ୍ୟଜୀବୀ ମାନେ ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯିବା ଉଚିତ୍ ନୁହେଁ । ଉତ୍ତର ବଙ୍ଗୋପସାଗର ୨୪ ତାରିଖରୁ ଯିବା ଉଚିତ ନୁହେଁ । ଆସନ୍ତା ୨୩ ତାରିଖରେ ଅବପାତରେ ପରିଣତ ହେବା ପରେ ୪୫ରୁ ୫୦କି.ମି. ରହିବ । ସେହି ସମୟରେ ସମୁଦ୍ରକୁ ନ ଯିବା ପାଇଁ ବାରଣ କରାଯାଇଛି ।

You Can Read:

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ : ୨୧ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ପ୍ରବଳ ବର୍ଷିବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.