ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚଳିତ ବର୍ଷ ୩ଜଣ ପ୍ରଧାନ ବିଚାରପତି ନେବେ ଶପଥ । ନଭେମ୍ବର ୨୦୨୪ରେ ପୂର୍ବତନ ସିଜେଆଇ ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ ଅବସର ନେଇଥିଲେ । ତାଙ୍କର କାର୍ଯ୍ୟକାଳ ପ୍ରାୟ ଦୁଇ ବର୍ଷ ରହିଥିଲା । କୌଣସି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା ଲମ୍ବା ସମୟ ବୋଲି କୁହାଯାଉଛି । ୨୦୨୫ରେ ସୁପ୍ରିମକୋର୍ଟ ୩ ନୂଆ ପ୍ରଧାନ ବିଚାରପତି ଶପଥ ନେବେ ।
୨୦୨୪ ନଭେମ୍ବର ୧୦ ତାରିଖରୁ ସିଜେଆଇ ସଞ୍ଜୀବ୍ ଖାନ୍ନା ଶପଥ ନେଇଥିଲେ । ତାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ମେ’ ୧୩ ତାରିଖରେ ଶେଷ ହେବ । ତାଙ୍କ ସ୍ଥାନରେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ୍ ବିଆର୍ ଗଓ୍ବାଈ । ସେ ନଭେମ୍ବର ୨୩ ତାରିଖ ଯାଏଁ ଏହି ପଦଭାର ସମ୍ଭାଳିବେ । ସଞ୍ଜୀନ ଖାନ୍ନାଙ୍କ ପରେ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ଏହାଛଡ଼ା ସୁପ୍ରିମକୋର୍ଟରୁ ଚଳିତ ୨୦୨୫ ବର୍ଷରେ ମୋଟ୍ ୭ଜଣ ବିଚାରପତି ଅବସର ନେବେ । ଏହା ପୂର୍ବରୁ ଜାନୁଆରୀ ୫ ତାରିଖରେ ଜଷ୍ଟିସ୍ ବି. ସୁଭ୍ରମଣ୍ୟମ ରିଟାୟାର ନେବେ ।