ସମଲିଙ୍ଗୀ ବିବାହ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟକୁ ବିଶ୍ଵ ହିନ୍ଦୁ ପରିଷଦ ଓ ଆରଏସ୍ଏସ୍‌ର ସ୍ୱାଗତ

Published By : Prameya-News7 Bureau | October 17, 2023 IST

ନୂଆଦିଲ୍ଲୀ ୧୭।୧୦: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍) ଓ ବିଶ୍ୱ ହିନ୍ଦୁ ପରିଷଦ (ବିହିପ) ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି। କୋର୍ଟ ଏପରି ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ କରି ନାହାନ୍ତି। ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି ଯେ ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ। ତେବେ ଆମର ଗଣତାନ୍ତ୍ରିକ ସଂସଦୀୟ ବ୍ୟବସ୍ଥା ଏ ସମ୍ପର୍କିତ ସବୁ ପ୍ରସଙ୍ଗ ଉପରେ ଗୁରୁତର ସହ ଚର୍ଚ୍ଚା କରି ଉଚିତ ନିଷ୍ପତ୍ତି ନେଇ ପାରିବ ବୋଲି ସେ କହିଛନ୍ତି।

ସେହିପରି ବିହିପ କେନ୍ଦ୍ରୀୟ କାର୍ଯ୍ୟାଧ୍ୟକ୍ଷ ଆଲୋକ କୁମାର ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟ ହିନ୍ଦୁ, ମୁସଲମାନ ଓ ଇସାୟୀ ଧର୍ମାବଲମ୍ବୀଙ୍କ ସମେତ ସମ୍ପର୍କିତ ସବୁ ପକ୍ଷଙ୍କ ଶୁଣାଣି ପରେ ଦେଇଥିବା ରାୟ ବାସ୍ତବିକ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି। କୋର୍ଟ ଏପରି ବିବାହକୁ ପଞ୍ଜିକୃତ ଯୋଗ୍ୟ ନ ମାନିବା ଓ ଏହାକୁ ମୌଳିକ ଅଧିକାରର ମାନ୍ୟତା ନଦେବା ଏକ  ସନ୍ତୋଷଜନକ ପଦକ୍ଷେପ। ଏହା ଛଡା ସମଲିଙ୍ଗୀମାନଙ୍କୁ ପିଲା ଦତ୍ତକ ଅଧିକାର ନ ଦେବା ମଧ୍ୟ ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି।

{"id":858191,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ସମଲିଙ୍ଗୀ ବିବାହ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ଘୋଷଣା କରିଛନ୍ତି। । ସୁପ୍ରିମକୋର୍ଟଙ୍କ ୫ଜଣିଆ ସମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ,  ବିବାହକୁ ନେଇ ଆଇନ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାରଭୁକ୍ତ ନୁହେଁ ଏଣୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ସଂସଦ ଉପରେ ଛାଡ଼ି ଦିଆଯାଉ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ. ଚନ୍ଦ୍ରଚୂଡ କହିଛନ୍ତି ।

ସର୍ବୋଚ୍ଚ  ନ୍ୟାୟାଳୟ କହିଛନ୍ତି ଯେ, ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପ୍ରସଂଗରେ ୪ଟି ନିଷ୍କର୍ସ ରହିଛି । ଏଥିରେ କିଛି ଅନୁମତି ଦେବା ସପକ୍ଷରେ ରହିଥିବା ବେଳେ କିଛି ରାୟ ବିପକ୍ଷରେ ଯାଇଛି । ସମସ୍ତଙ୍କର ଜୀବନ ସାଥି ଚୟନ କରିବାର ଅଧିକାର ରହିଛି  । ତେଣୁ ଏଥିପାଇଁ ସରକାର କମିଟି ଗଠନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସମଲିଙ୍ଗୀ ବିବାହ ଅନୁମତିକୁ ସୁପ୍ରିମକୋର୍ଟଙ୍କ ନା; CJI କହିଲେ ଆଇନ ପରିବର୍ତ୍ତନ କୋର୍ଟଙ୍କ ଅଧିକାର ବାହାରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.