ମୁମ୍ବାଇ ୧୪।୧୧ : ଦକ୍ଷିଣ ଆଫ୍ରିକା-ଭାରତ ଟି-୨୦ ସିରିଜ୍ । ତୃତୀୟ ମୁକାବିଲାରେ ଭାରତୀୟ ଟିମ୍ ଘରୋଇ ଦକ୍ଷିଣ ଆଫ୍ରିକାକୁ ୧୧ ରନ୍ରେ ପରାସ୍ତ କରିଛି । ଆଉ ସିରିଜ୍ରେ ୧-୨ରେ ଆଗୁଆ ରହିଛି । ତେବେ ତୃତୀୟ ମ୍ୟାଚ୍ ବିଜୟର ସବୁଠୁ ବଡ଼ ହିରୋ ଥିଲେ ତିଲକ ବର୍ମା । ଯିଏ ଅପରାଜିତ ଭାବେ ୧୦୭ ରନ୍ର ପାରି ଖେଳିଥିଲେ। ଆଉ ଏବେ ଭାରତୀୟ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ବ୍ୟାଟର ତିଲକ ବର୍ମାଙ୍କୁ ବ୍ୟାଟିଂକୁ ନେଇ ବଡ଼ ଖୁଲାସା କରିଛନ୍ତି ।
ସାକ୍ଷାତକାର ଦେବା ଅବସରରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, ତୃତୀୟ ମ୍ୟାଚ୍ର କିଛି ଦିନ ପୂର୍ବରୁ ମୋ ପାଖକୁ ଆସିଥିଲେ । ଆଉ କହିଥିଲେ କି ମୁଁ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଚାହୁଁଛି । ମୋତେ ଯଦି ଏହି ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ଦିଅ, ତେବେ ମୁଁ ଆହୁରି ଭଲ କରିବି ବୋଲି ମୋର ଦୃଢ ବିଶ୍ୱାସ । ତିଲକଙ୍କ ଏହି ପ୍ରଶ୍ନ ଶୁଣି ମୁଁ ଉତ୍ତର ଦେଇଥିଲି କି, ଯାଅ ତୁମେ ସେହି ନମ୍ବରରେ ବ୍ୟାଟିଂ କରିବ। ଆଉ ନିଜ କଥା ରଖିବ । ବାସ୍ତବରେ ତିଲକ ନିଜ ବିଶ୍ୱାସ ରଖିଥିଲେ। ତିନି ନମ୍ବରରେ ବ୍ୟାଟିଂ କରି ଶତକୀୟ ପାରି ଖେଳିଥିଲେ । ଆଉ ଟିମ୍ର ବିଜୟରେ ବଡ଼ ସାହାର ହୋଇଥିଲେ ।
ତିଲକ ବର୍ମା ବର୍ତ୍ତମାନ ଯାଏଁ ଭାରତ ପାଇଁ ୧୯ଟି ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି । ଯେଉଁଥିରେ ୪୯୬ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଦଶତକ ରହିଛି । ବ୍ୟକ୍ତିଗତ ଭାବେ ତିଲକ ବର୍ମାଙ୍କ ସର୍ବଶ୍ରେଷ୍ଠ ସ୍କୋର ରହିଛି ୧୦୭ ରନ୍ । ବାକି ୪ଟି ଦିନିକିଆ ମ୍ୟାଚ୍ ଖେଳି ୬୮ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ସର୍ବାଧିକ ସ୍କୋର ୫୨ ରନ୍ ରହିଛି ।