କଣ ୧୧ ବର୍ଷର ମରୁଡ଼ିର ଅନ୍ତ ଘଟାଇ ପାରିବ ଭାରତ ? ମଧ୍ୟକ୍ରମ ଉପରେ ସଭିଙ୍କ ନଜର

Published By : Prameya-News7 Bureau | June 20, 2024 IST

ନୂଆଦିଲ୍ଲୀ: ଦୀର୍ଘ ୧୧ ବର୍ଷ ହେବ ଭାରତୀୟ ଗୋଟିଏ ହେଲେ ଆଇସିସି ଟ୍ରଫି ଜିତି ପାରି ନାହିଁ। ପ୍ରତ୍ୟେକ ଥର ଦଳ ସେମି କିମ୍ବା ଫାଇନାଲ୍‌ରେ ପହଞ୍ଚିି ଝୁଣ୍ଟି ପଡ଼ୁଛି। ଶେଷ ଥର ୨୦୧୩ରେ ଭାରତୀୟ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ତା ପରଠୁ କପ୍‌ର ମରୁଡ଼ି ଜାରି ରହିଛି। ଏହି ମରୁଡ଼ିର ଅନ୍ତ ଘଟାଇବା ପାଇଁ ଭାରତୀୟ ନିକଟରେ ସୁଯୋଗ ରହିଛି। ଚଳିତ ଟି-୨୦ ବିଶ୍ଵକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ବହୁ ମାତ୍ରାରେ ମଧ୍ୟକ୍ରମ ବ୍ୟାଟରଙ୍କ ଉପରେ ନିର୍ଭର କରେ। ଟ୍ରଫି ଜିତିବାକୁ ହେଲେ  ଟପ୍ ଅର୍ଡରଙ୍କୁ ମଧ୍ୟ ନିଜର ପ୍ରଦର୍ଶନ କରିବାକୁ ପଡ଼ିବ।

Also read: ସୁପର-୮ରେ ଟିମ୍ ଇଣ୍ଡିଆ ପାଇଁ ଭିଲେନ ନ ହୋଇ ଯାଆନ୍ତୁ ଏହି ୩ ଖେଳାଳି, ନଚେତ୍ ଭାଙ୍ଗିଯିବ ବିଶ୍ଵକପ୍ ସ୍ଵପ୍ନ

ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ନିଜର ସମସ୍ତ ଲିଗ୍ ମ୍ୟାଚ୍ ଆମେରିକାରେ ଖେଳିଛି। ମାତ୍ର ଏବେ ସୁପର-୮ ମ୍ୟାଚ୍ ଓ୍ଵେଷ୍ଟଇଣ୍ଡିଜରେ ଖେଳାଯାଉଛି। ଏଠାକାର ପିଚ୍ ଏବଂ ପରିବେଶ ଭିନ୍ନ ରହିଛି। କଣ ଏହି ସ୍ଥିତିରେ ଭାରତୀୟ ମଧ୍ୟକ୍ରମ ଜଲଓ୍ଵା ଦେଖାଇ ପାରିବେ। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜାଙ୍କ ପରି ଅଲରାଉଣ୍ଡରଙ୍କୁ ବ୍ୟାଟିଂରେ ଯୋଗଦାନ ଦେବାକୁ ପଡ଼ିବ। ଏ ପର୍ଯ୍ୟନ୍ତ ଦୁଇ ଅଲରାଉଣ୍ଡରଙ୍କ ବ୍ୟାଟ୍ ଶାନ୍ତ ରହିଛି।  ବିଶ୍ଵକପ୍‌ରେ ଓ୍ଵେଷ୍ଟଇଣ୍ଡିଜର ପିଚ୍ ବ୍ୟାଟିଂ ଉପଯୋଗୀ ରହିଛି। 

ଓପନିଂରେ ରୋହିତ ଓ ବିରାଟ ନିଜ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି। ଏମିତି ସ୍ଥିତିରେ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟରଙ୍କୁ ଡେଥ୍ ଓଭରର ଦ୍ରୁତ ଗତିରେ ରନ କରିବାକୁ ପଡ଼ିବ। ଏହା ଦ୍ଵାରା ବିପକ୍ଷ ସାମ୍ନାରେ ବଡ଼ ସ୍କୋର କରାଯାଇ ଚାପ ସୃଷ୍ଟି କରାଯାଇ ପାରିବ। ଏ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳ ନିଜର ସମସ୍ତ ମ୍ୟାଚ୍ ନସାଉ କାଉଣ୍ଟି ଷ୍ଟାଡିୟମରେ ଖେଳିଥିଲା, ଯାହାର ପିଚ୍ ବୋଲରଙ୍କ ପାଇଁ ଭୂସ୍ଵର୍ଗ ଥିବା ବେଳେ ବ୍ୟାଟରଙ୍କ ପାଇଁ ରନ କରିବା ଦୁଃସ୍ଵପ୍ନ ଥିଲା। କିନ୍ତୁ ଓ୍ଵେଷ୍ଟଇଣ୍ଡିଜ ପିଚରେ ରନ କରିବା ସହଜ ରହିଛି। ଏବେ ସବୁ ନିର୍ଭର କରେ ଭାରତୀୟ କ୍ରିକେଟ୍ ଦଳର ମଧ୍ୟକ୍ରମ ବ୍ୟାଟରଙ୍କ ଉପରେ। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.