ନୂଆଦିଲ୍ଲୀ: ଚୀନ ଏବଂ ତାଇୱାନ ମଧ୍ୟରେ ଜାରି ଉତ୍ତେଜନା ଏବେ ଆହୁରି ଅଧିକ ହେବାରେ ଲାଗିଛି । ତାଇୱାନ ଦାବି କରିଛି ଯେ ଚୀନର ୪୨ ଲଢୁଆ ବିମାନ ଏହାର ବାୟୁ ସୀମାରେ ପ୍ରବେଶ କରିଛି । ତାଇୱାନର ଦାବି, ଚୀନ ସେନା ତାଇୱାନ ନିକଟରେ ଯୁଦ୍ଧାଭ୍ୟାସ କରିବା ପରେ ଯୁଦ୍ଧ ବିମାନଗୁଡିକ ଏହାର ବାୟୁ ସୀମାରେ ପ୍ରବେଶ କରିଥିଲେ । ଆସନ୍ତା ନିର୍ବାଚନରେ ଚୀନ ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଥିବା ତାଇୱାନ ଅଭିଯୋଗ କରିଛି ।
ପଢନ୍ତୁ: ‘ଟାଇମ ବମ୍ ପାଲଟିଯାଇଛି ଚୀନ୍’, ହ୍ରାସ ପାଉଥିବା ଅର୍ଥବ୍ୟବସ୍ଥାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ଼ ବୟାନ
ଉଲ୍ଲେଖଯୋଗ୍ୟ ଚୀନ ପିପୁଲ୍ସ ଲିବରେସନ ଆର୍ମିର ପୂର୍ବ ଥିଏଟର କମାଣ୍ଡ ଶନିବାର ତାଇୱାନ ଦ୍ୱୀପ ନିକଟରେ ନୌସେନା ଏବଂ ବାୟୁସେନାକୁ ମିଳିତ ଯୁଦ୍ଧଭ୍ୟାସ ଆରମ୍ଭ କରିଛି । ଏହାରି ଭିତରେ ତାଇୱାନ ଏହି ଦାବି କରିଛି ।
କମାଣ୍ଡର ମୁଖପାତ୍ର ସି ୟି କହିଛନ୍ତି, ଏହି ଯୁଦ୍ଧାଭ୍ୟାସ ଉଦ୍ଦେଶ୍ୟ ସୈନ୍ୟ ଜାହାଜ ଏବଂ ଯୁଦ୍ଧ ବିମାନ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା । ଆକାଶ ଏବଂ ସାମୁଦ୍ରିକ ସ୍ଥାନରେ ନିୟନ୍ତ୍ରଣ ହାସଲ କରିବା ପାଇଁ ସେମାନଙ୍କ କ୍ଷମତାକୁ ପ୍ରଶିକ୍ଷିତ କରିବା ଏହାର ଲକ୍ଷ୍ୟ । ସଶସ୍ତ୍ର ବଳଙ୍କ ଯୁଦ୍ଧ ସ୍ଥିତିରେ ମୁକାବିଲା କ୍ଷମତା ପରୀକ୍ଷଣ କରାଯିବ । ସି କହିଛନ୍ତି, ଏହି ଯୁଦ୍ଧାଭ୍ୟାସ ବିଦେଶୀ ଶକ୍ତି ଏବଂ ତାଇୱାନର ମିଳିତ ଉଦ୍ୟମକୁ ମଧ୍ୟ କଡ଼ା ଚେତାବନୀ ରୂପେ କାମ କରୁଛି ।
Also Read:ରୁଷ ଏବଂ ବେଲାରୁଷ ଗସ୍ତ କରିବେ ଚୀନ ପ୍ରତିରକ୍ଷା ମନ୍ତ୍ରୀ, ପାଶ୍ଚାତ୍ୟ ଦେଶଙ୍କ ବିରୋଧ ସତ୍ତ୍ୱେ ଲି’ଙ୍କ ଯାତ୍ରା