ବୁଧବାରଠୁ କମିବ ତାପମାତ୍ରା, ଧିରେ ଧିରେ ବଢ଼ିବ ଥଣ୍ଡାର ପ୍ରକୋପ

Published By : Prameya-News7 Bureau | November 13, 2024 IST

ଭୁବନେଶ୍ୱର ୧୩।୧୧ : ବୁଧବାରଠୁ କମିବ ତାପମାତ୍ରା । ଧିରେ ଧିରେ ବଢ଼ିବ ଥଣ୍ଡାର ପ୍ରକୋପ  । ବର୍ତ୍ତମାନ ଓଡ଼ିଶାକୁ ଉତ୍ତରା ପବନ ବହୁଥିବା ବେଳେ ଶୀତର ମାତ୍ରା ବଢିବାର ସମ୍ଭାବନା ଅଛି।  ତେବେ ରାଜ୍ୟ ଉପରେ ବର୍ତ୍ତମାନ କୌଣସି ସିଷ୍ଟମ୍ ନାହିଁ ତେଣୁ ବର୍ଷାର ପ୍ରଭାବ ମଧ୍ୟ ନାହିଁ।  ଅନ୍ୟପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ତାମିଲନାଡୁ ଉପକୂଳରେ ଏକ ଲଘୁଚାପ ସକ୍ରିୟ ରହିଥିବା ବେଳେ ଏହାର ଓଡ଼ିଶା ଉପରେ କିଛି ପ୍ରଭାବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାଜ୍ୟର ୧୫ ସହରର ତାପମାତ୍ରା ୨୦ଡିଗ୍ରୀ ତଳକୁ ଖସିଥିଲା । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସବୁଠୁ କମ୍‌ ବା ୧୫.୫ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬ଡିଗ୍ରୀ, ଭବାନୀପାଟଣାରେ ୧୭, ଝାରସୁଗୁଡ଼ାରେ ୧୭.୨, ରାଉରକେଲାରେ ୧୭.୩, ନବରଙ୍ଗପୁରରେ ୧୭.୫, କୋରାପୁଟ ଓ ଅନୁଗୁଳରେ ୧୭.୬, ରାୟଗଡ଼ା ଓ କେନ୍ଦୁଝରରେ ୧୮.୬ ଡିଗ୍ରୀ ରହିଥିଲା । 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.